ଚଣ୍ଡିଖୋଲ, ୨୩/୬(ସନ୍ଧାନ ନିୟୁଜ)-ଯାଜପୁର ଜିଲାର ଚଣ୍ଡିଖୋଲ ଛକଦେଇ ତିନୋଟି ଜାତୀୟ ରାଜପଥ ଯାଇଅଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଗାଡି ଏହି ଛକଦେଇ ଯାଉଥିବାରୁ ଟ୍ରାଫିକ ସମସ୍ୟା ଦୈନନ୍ଦିନ ଦେଖାଯାଇଥାଏ । ଯାହାକୁ ଆଖି ଆଗରେ ରଖି ବଡଚଣା ପୋଲିସ ପକ୍ଷରୁ ଆଂଚଳିକ ପରିବହନ କେନ୍ଦ୍ର ନିକଟରୁ ହୋଟେଲ ମିଡିଇଷ୍ଟ ଦେଇ ଯାଇଥିବା ରାସ୍ତାରେ ଭାରିଯାନ ଓ ବସ ଯାତାୟତ ବନ୍ଦ କରିଦିଆଯାଇଛି । ପ୍ରତିଦିନ ଶତାଧିକ ଗାଡି ଏହି ରାସ୍ତା ଦେଇ ଆଂଚଳିକ ପରିବହନ କେନ୍ଦ୍ରକୁ ଫିଟନେସ ପାଇଁ ଯାଇଥାନ୍ତି ଓ ପୁର୍ନବାର ସେହି ରାସ୍ତାରେ ଫେରିଥାନ୍ତି । ଯାନଗୁଡିକ ଯିବା ଫଳରେ ବହୁ ସମୟରେ ରାସ୍ତା ଗୁଡିକ ଜାମରେ ରହିଥାଏ । ଏହି ରାସ୍ତା ଦେଇ ମଧ୍ୟ ଦମକଳ କେନ୍ଦ୍ରର ଗାଡି ଯାଆସ କରିଥାଏ । ବେଳେ ବେଳେ ଦମକଳ ଗାଡି ମଧ୍ୟ ଜାମରେ ଫସି ରହିଥାଏ । ଦୀର୍ଘଦିନରୁ ଏହି ସମସ୍ୟା ଲାଗିରହିବା ଫଳରେ ଶୁକ୍ରବାର ବଡଚଣା ପୋଲିସ ପକ୍ଷରୁ ଆଂଚଳିକ ପରିବହନ କେନ୍ଦ୍ର ଓ ଚଣ୍ଡିଖୋଲ ଛକ ପଟୁ ଆସୁଥିବା ରାସ୍ତାରେ ଷ୍ଟପର ଓ ହୋଡିଙ୍ଗ ମାରି ଗାଡିଗୁଡିକ ଏହି ରାସ୍ତା ଦେଇ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଆଂଚଳିକ ପରିବହ କେନ୍ଦ୍ରରୁ ବାହାରୁଥିବା ଗାଡି ଗୁଡିକୁନ ମେଲଣ ପଡିଆ ରାସ୍ତା ଦେଇ ଚଣ୍ଡିଖୋଲ ଛକକୁ ଯିବା ପାଇଁ ନିଦେ୍ର୍ଦଶ ଦିଆଯାଇଚି । ଗୁରବାର ରାତିରେ ପୋଲିସ ପକ୍ଷରୁ ଏହି ରାସ୍ତା କଡରେ ଥିବା ଉଠା ଦୋକାନୀ ମାନଙ୍କୁ ମଧ୍ୟ ହଟାଇ ଦିଆଯାଇଛି । ପୋଲିସର ଏଭଳୀ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।
Report- Manas Rout