ଚଣ୍ଡିଖୋଲ, ୩/୬ (ସନ୍ଧାନ ନିୟୁଜ୍/ ଆର୍ତତ୍ରାଣ ସାହୁ) ଆରଟିଓ କାର୍ଯ୍ୟଳୟ ହେଉ କି ତହସିଲ କାର୍ଯ୍ୟଳୟ ଯେଉଁଟି ଦଲାଲି ମାନେ ସରକାରୀ ଟିକସ ଠାରୁ ଢେର କଳା ଟଙ୍କା ରୋଜଗାର କରି ଖବୁ କମ ଦିନ ମଧ୍ୟରେ ଲକ୍ଷପତି ହୋଇଯାଉଛନ୍ତି । ଆଉ ସେପରି ଚଳିବ ନାହିଁ ବୋଲି ଏବେ ରାଜ୍ୟ ସରକାର ଜନସାଧରଣଙ୍କ ନିଜ କାର୍ଯ୍ୟ ନିଜେ କାର୍ଯ୍ୟଳୟର ଅଧିକାରୀ ଏବଂ କର୍ମଚାରୀଙ୍କ ସହିତ କରିପାରିବେ ବୋଲି ନିଦେ୍ର୍ଧଶନାମା ଜାରି କରିଛନ୍ତି । ଏହାକୁ ମଧ୍ୟ ଯାଜପୁର ଜିଲ୍ଲାର ବିଭିନ୍ନ କାର୍ଯ୍ୟଳୟରେ ଲାଗୁ କରିବାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ପ୍ରଦାନ କରିଛି । ଚଣ୍ଡିଖୋଲ ଆରଟିଓ କାର୍ଯ୍ୟଳୟରେ ମଧ୍ୟ ଏଭଳି ଦଲାଲି ରାଜ ଯୋଗୁ ମାତ୍ର ଯେଉଁଠି ସାଧରଣ ଲୋକଙ୍କୁ ୧୦୦ଟଙ୍କା ଖର୍ଚ୍ଚ କରିବାକୁ ପଡେ ସେଠି ଦଲାଲି ମାନେ ୧୦୦୦ରୁ ଉର୍ଧ ଟଙ୍କା ଲୋକଙ୍କ ଠାରୁ ଲୁଟି ନିଅନ୍ତି । ମାତ୍ର ଏବେ ଏସବୁ ହେବ ନାହିଁ ବୋଲି ଖୋଦ ଆରଟିଓ ମଧ୍ୟ ପ୍ରକାଶ କରିବା ସହିତ ଲୋକମାନେ ନିଜ କମା ନିଜେ କରନ୍ତୁ ବୋଲି ପ୍ରକାଶ କରିଛନ୍ତି । ସବୁ ଅନଲାଇନ ଯୋଗେ ହେଉଥିବାରୁ କାହାକୁ ଦଲାଲିର ସାହାର୍ଯ୍ୟ ନନେବାକୁ ମଧ୍ୟ ଲୋକମାନଙ୍କ ପରାମର୍ଶ ଦେଇଛନ୍ତି । ଏବେ ସବୁ କାର୍ଯ୍ୟ ଅନଲାଇନ ଯୋଗେ ହେଉଥିବା ବେଳେ ପ୍ରଶାସନକୁ ଯେଉଁ ଟଙ୍କା ଦିଆଯାଉଛି ତାହାର ରସିଦ୍ ମଧ୍ୟ ପ୍ରଶାସନ ପକ୍ଷରୁ ଦିଆଯାଉଛି । ତେବେ ଏହାକୁ ଦେଖି ଦଲାଲି ମାନଙ୍କୁ ପଇସା ଦେବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ପ୍ରକାଶ କରିଛନ୍ତି । ଯଦି କିଏବି ଅଧିକ ଟଙ୍କା ମାଗୁଛି ତାହା ନାମରେ ପୋଲିସରେ ମାମାଲ କରିବାକୁ ମଧ୍ୟ କୁହାଯାଇଛି । ତେବେ ଏହା ଅତି ଭଲ କାର୍ଯ୍ୟ ବୋଲି ବହୁ ବୁଦ୍ଧିଜିବୀ ଆରଟିଓଙ୍କ କାର୍ଯ୍ୟକୁ ପ୍ରଂଶାସା କରୁଥିବା ବେଳେ ଦଲାଲି ମାନଙ୍କ ମଧ୍ୟରେ ଚାଂଚଲ୍ୟ ଖେଳି ଯାଇଛି । ଯାହା ଫଳରେ ଚଣ୍ଡିଖୋଲ ଆରଟିଓରେ କାର୍ଯ୍ୟ କରୁଥିବା ଏଜେଂଟ ମାନେ ଏକ ବୈଠକ କରିଥିବା ଜଣାଯାଇଛି । ତେବେ ଯାହା ଯଦି ପ୍ରଶାସନିକ ଅଧିକାରୀ ସାଧରଣ ଜନତାଙ୍କ କାର୍ଯ୍ୟକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବେ ତେବେ ସାଧରଣ ଜନାତା ଆଉ ଦଲାଲିଙ୍କ ସାହାର୍ଯ୍ୟ ନେବେ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି ।
ଚଣ୍ଡିଖୋଲ ଆରଟିଓ କାର୍ଯ୍ୟଳୟ: ଦଲାଲି ରାଜ୍ ହଠାଇବା ପାଇଁ ପ୍ରଶାସନର ଗୁରୁତ୍ୱ
|
June 3, 2018 |