ଚଣ୍ଡିଖୋଲ , ୦୫/୩ (ସନ୍ଧାନ ନିୟୁଜ) ଚଣ୍ଡିଖୋଲ ପରିବହନ କାର୍ଯ୍ୟଳୟରେ ଦୁର୍ନିିତ ଚେର ଏତେ ମାତ୍ରରେ ଗଭୀରକୁ ଯାଇଛି ଯେ ସାଧରଣ ଲୋକ ଏହାକୁ ବୁଝିବା ମୁସ୍କିଲ ହୋଇଯାଇଛି । ଖାଲିଯେ ଗାଡିରୁ ମାସିକିଆ ଆଦାୟ ଦେଉଛି ତାହା ନୁହେଁ ବରଂ ସାଧରଣ ଭାବରେ ଲାଇସେନ୍ସ୍ ବା ଗାଡି ଚାଳନା ପମାଣପତ୍ର ପାଇଁ ବି ବିନା ଲାଂଚରେ ମିଳିପାରୁନି । ଏପରକି ସ୍ଲଟ ବୁକିଂଗ୍ ନାମରେ କେଳାଙ୍କାରୀ ଲାଗିଛି । ସ୍ଲଟ୍ ବୁକିଂଗ ପାଇଁ ଆରଟିଓଙ୍କ କୃତିତ୍ୱଧୀନ ଥିବା ବେଳେ ଦୌନିକ ପୂର୍ବରୁ ୨୫ଏବେ ୫୦ରୁ ୧୦୦ ସ୍ଲଟ୍ ବୁକିଂଗ ହେଉଥିବା କହିଥିବା ବେଳେ ତାହା ହୋଇପରୁନି । ଏଭଳି ଯୋଗଯୋଗ କରିବା ପରେ ବିଭିନ୍ନ ସମୟରେ ହେଉଥିବା କହିବା ସହିତ ନିଜ ଉପରୁ ଦୋଷ କାଢ଼ିଛନ୍ତି । ମାତ୍ର ବାସ୍ତବରେ ସ୍ଲଟକୁ ନେଇଏଭଳି ନେଟ୍ ୱାର୍କ କରାଯାଇଛି ଲୋକମାନେ ସାଧରଣ ଭାବେ ଦଲାଲିକୁ ନଧରିଲେ ହୋଇପାରିବ ନାହିଁ । ଆଉ ଦଲାଲି ମାଧ୍ୟମରେ ଆରଟିଓ ଏବଂ ଏମଭିଆଇଙ୍କ ପକେଟ ଗରମ ବି ହେବ । ତେବେ ଏନେଇ ବାରମ୍ବର ନିରାଶ ହେବା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଆରଟିଓ ନାମରେ ଅଭିଯୋଗ କରାଯାଇ ତୁରନ୍ତ ଏଠାରୁ ତାଙ୍କୁ ବଦଳି କରିବା ଏବଂ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବପତ୍ରରେ ଉଲ୍ଲେଖ କରାଯାଇଛି । ଆରଟିଓ ଜଣଙ୍କ ମନ ଉଚ୍ଛ ସ୍ଥଟରେ କାରବାର କରୁଥିବା ବେଳେ ତାହା ନିଦ୍ଧିଷ୍ଟ ସମୟରେ ହେଉଥିବା ଲୋକେ ପ୍ରକାଶ କରିଛନ୍ତି । ତାହା ପୁଣି ପ୍ରତିଦିନ ବଦଳାଇ ନିଜର କାରବାର କରୁଛନ୍ତି । ଡିଏଲ ପାଇଁ କୌଣସି ସମୟରେ ସ୍ଲଟ ନରହିବା ଫଳରେ ଆବେଦନକାରୀ ମାନେ ହତାଶ ହେଉଛନ୍ତି । ତୁରନ୍ତ ସବୁ ସମୟରେ ଅସୀମତ ସ୍ଲଟ ବୁକିଂଗ କରିିବା ପାଇଁ ୱେବ ସାଇଟରେ ଖୋଲା ରଖିବାକୁ ଆବେଦନକାରୀ ଏବଂ ବୁଦ୍ଧିଜୀବି ମାନେ ଦାବି କରିଛନ୍ତି ।
ଚଣ୍ଡିଖୋଲ ଆରଟିଓଙ୍କ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ
|
March 5, 2021 |
