ଧର୍ମଶାଳା, ୧୭/୮ (ସନ୍ଧାନ ନିୟୁଜ/ମାନସ ରାଉତ)ଧର୍ମଶାଳା ବ୍ଲକ ଅଧିନସ୍ଥ ଚଢ଼େଇଧରା ତଳ ଛକ ରାସ୍ତା ଶୋଚନୀୟ ହୋଇପଡିଛି । ଚଣ୍ଡିଖୋଲ ଡୁବୁରୀ ୫୩ନମ୍ବର ଜାତୀୟ ରାଜପଥର ଚଢ଼େଇଧରା ତଳ ଛକ ରାସ୍ତାଟି ଦୀର୍ଘ ଦିନ ହେବ ଖାଲଖମା ସୃଷ୍ଟି ହୋଇଛି । ଯାହା ଫଳରେ ରାସ୍ତାରେ ଯିବା ଆସିବା କରୁଥିବା ପଥଚାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାଟି ଉପରେ ଦୈନଦିନ ମଧୁପୁରୁଗଡ, ପୁରଣୁବଉଳମାଳ, ମଇସରା, ସାହାଣିଡିହ ୪ଟି ପଂଚାୟତର ୨୦ହଜାରରୁ ଉର୍ଦ୍ଧ ଲୋକେ ବ୍ୟବହାର କରୁଥିବା ବେଳେ ରାସ୍ତାର ଏଭଳି ଶୋଚନୀୟ ଅବସ୍ଥା ପାଇଁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ରାସ୍ତା ଦେଇ ଡଙ୍କାରି ପାହାଡରୁ ପ୍ରତିଦିନ ଶହ ଶହ ବେଆଇନ ଚୋରା କଳାପଥର ବୋଝେଇ ଟକ୍ର ଗୁଡିକ ଯିବା ଆସିବା କରିବା ଫଳରେ ରାସ୍ତାରେ ବିରାଟ ଖାଲ ସୃଷ୍ଟ ହୋଇଛି । ସ୍ୱଳ୍ପ ବର୍ଷାରେ ଏହି ଖାଲଖମାରେ ପାଣି ଜମି ରହିବା ଫଳରେ ରାସ୍ତାଟି କାଦୁଅ ସରସର ପାଲଟିବା ସହିତ ଯିବା ଆସିବାରେ ବ୍ୟଘତ ହେଉଛି । ଏହି ରାସ୍ତାଟି ଜାତୀୟ ରାଜପଥରୁ ଢ଼େଙ୍କାନାଳ ଜିଲ୍ଲାକୁ ସଂଯୋଗ କରୁଥିବା ବେଳେ ଢ଼େଙ୍କାନାଳ ଜିଲ୍ଲାର ମଧ୍ୟ ବହୁ ଲୋକ ନିଜର ଗନ୍ତବ୍ୟସ୍ଥଳକୁ ଯିବା ଆସିବାରେ ଏହି ରାସ୍ତାଟିକୁ ବ୍ୟବହାର କରିଥାନ୍ତି । ରାସ୍ତାଟିର ପାଖାପାଖି ୧୦୦ମିଟର ଏଭଳି କଦାକାର ହୋଇଛି ଯେ ସେହିସ୍ଥାନ ଦେଇ ଯିବଆସିବା କରିବା କାହା ପକ୍ଷରେ ସମ୍ଭବ ହେଉନାହିଁ । ଅନେକ ସମୟରେ ଛୋଟ ଛୋଟ ମଟରସାଇକେଲ, ଏବଂ ଅନ୍ୟ ଛୋଟ ଗାଡି ଗାଡିକ ଫସି ରହିଯାଇଥାନ୍ତି । ପାଖଆଖରେ ଥିବା ବିଦ୍ୟାଳୟକୁ ଗଲା ବେଳେ ଛାତ୍ରଛାତ୍ରୀ ମାନେ ଏହି କାଦୁଆରେ ଖସି ପଡି ଆହତ ହେବାରେ ନଜର ରହିଛି । ଏପରିକି ରାସ୍ତାଦେଇ କୌଣସି ରୋଗୀକୁ ମଧ୍ୟ ନେବା ଆଣିବା କରିବା ସମ୍ଭବ ହେଉନାହିଁ । ରାସ୍ତାଟିର ମରାମତି ପାଇଁ ଚଢ଼େଇଧରା ତଳ ବଜାର କମିଟି ଏବଂ ସାଧରଣ ଜନତା ବହୁବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ସୁଧା ଏହାକୁ ମରାମତି କରାଯାଉନାହିଁ । ତୁରନ୍ତ ଏହାକୁ ମରାମତି କରିବା ପାଇଁ ବଜାର କମିଟି ଏବଂ ସର୍ବସାଧରଣରେ ଦୃଢ଼ ଦାବି ହେଉଛି । ନଚେତ ବଜାର କମିଟି ଆନେ୍ଦାଳନକୁ ଓଲ୍ଲାଇବାକୁ ଚେତାବନୀ ଦେଇଛନ୍ତି ।
ଚଢେଇଧରା ତଳ ଛକ ରାସ୍ତା ଶୋଚନୀୟ, ମରାମତି ଦାବି
|
August 17, 2019 |