ଘାଟିରେ ସିରିଜ୍ ଦୁର୍ଘଟଣା

Spread the love

କୋରାପୁଟ, 29.01.2021 (ସନ୍ଧାନ ନିଉଜ୍ ) : କୋରାପୁଟ ଘାଟିରେ ସିରିଜ୍ ଦୁର୍ଘଟଣା । ରିଲାଏନ୍ସ ତେଲ ଟ୍ୟାଙ୍କରକୁ ପଛପଟୁ ୧୨ ଚକିଆ କୋଇଲା ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଗାଡି ଡ୍ରାଇଭର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଜୟପୁର ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଡ୍ରାଇଭରଙ୍କୁ କୋରାପୁଟ ଡାକ୍ତରଖାନାକୁ ପଠାଇଛନ୍ତି । ସେହି ରାସ୍ତା ଦେଇ ଯାଉଥିବା ଏକ ପରିବା ବୋଝେଇ ପିକ‌ଅପ୍ ଭ୍ୟାନ୍ ର ବ୍ରେକ୍ ଫେଲ୍ ହେବାରୁ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୋଇଲା ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା । ତେବେ ସିରିଜ୍ ଦୁର୍ଘଟଣାରେ ଜଣେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଛନ୍ତି । ଦୁର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ ରାସ୍ତାରୁ ହଟାଇବା ପରେ ଯାତାୟତ ସ୍ବାଭାବିକ ହୋଇଛି ।

Related Posts

About The Author

Add Comment