ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ !

Spread the love

ବାରିପଦା, ୩୧/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ବାରିପଦା ଟାଉନ୍‌ ଥାନା ଅଞ୍ଚଳରେ ଭଡ଼ାଘରେ ରହୁଥିବା ଜଣେ ବିବାହିତା ମହିଳା(୨୫)ଙ୍କୁ ଗତକାଲି ରାତିରେ ଜଣେ ଯୁବକ ଘରେ ପଶି ବଳପୂର୍ବକ ଦୁଷ୍କର୍ମ କରିଥିବା ଆଜି ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଟାଉନ ଥାନା ପୁଲିସ ଅଭିଯୁକ୍ତ ଯୁବକ ବାରିପଦା‌ ପୌରାଞ୍ଚଳ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳର ଶିବ ଶଙ୍କର ବାରିକ ଓରଫ ରକି(୨୪) କୁ ଗିରଫ କରିଛି। ଅଭିଯୋଗ ଅନୁସାରେ ରକି ଗତକାଲି ରାତି ପ୍ରାୟ ୯ଟା ସମୟରେ ପୀଡ଼ିତାଙ୍କ ଘରେ ପଶିଥିଲେ । ମହିଳା ଜଣଙ୍କ ରୋଷେଇ କରୁଥିବା ବେଳେ ବଳପୂର୍ବକ ମହିଳାଙ୍କ ମୁହଁକୁ ବନ୍ଦ କରି ଦୁଷ୍କର୍ମ କରିଥିଲେ । ଚିତ୍କାର କଲେ ଜୀବନରୁ ମାରି ଦେବାର ଧମକ ଦେଇଥିଲେ । ଦୁଷ୍କର୍ମ କରି ଅଭିଯୁକ୍ତ ଜଣଙ୍କ ଫେରାର୍ ହୋଇ ଯାଇଥିଲେ । ପରେ ପୀଡ଼ିତା ଏ ସମ୍ପର୍କରେ ପଡ଼ୋଶୀ ଭଡ଼ାଟିଆ ଓ ସମ୍ପର୍କୀୟଙ୍କୁ ସୂଚନା ଦେଇଥିଲେ । ସ୍ଵାମୀଙ୍କ ପରାମର୍ଶ ପରେ ଆଜି ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ; ପୀଡ଼ିତାଙ୍କ ସ୍ବାମୀ ପ୍ରତିରକ୍ଷା ବିଭାଗରେ କାର୍ଯ୍ୟ କରୁଥିବାରୁ ରାଜ୍ୟ ବାହାରେ ରୁହନ୍ତି। ଏହି ଘଟଣାରେ ଥାନାରେ ଆଇପିସି ଧାରା ୪୫୦, ୫୦୬, ୩୭୬ ଅନୁସାରେ କେସ୍ ନମ୍ବର ୯୬୨/୨୦୨୦ରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗର ମାତ୍ର ଅଧଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

Related Posts

About The Author

Add Comment