ଉତ୍ତର ପ୍ରଦେଶ15/08/2023: ଉତ୍ତର ପ୍ରଦେଶର ବୃନ୍ଦାବନରେ ମଙ୍ଗଳବାର ଏକ ଘରର ବାଲ୍କୋନୀ ଭୁଶୁଡ଼ି ପଡ଼ିବାରୁ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ବୃନ୍ଦାବନର ବାଙ୍କେ ବିହାରୀ ମନ୍ଦିର ନିକଟସ୍ଥ ରାସ୍ତାରେ ଏହି ଅଘଟଣ ଘଟିଛି। ଏହି ଦୁର୍ଘଟଣା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏଥିରେ ଦେଖିବାକୁ ମିଳିଛି ଯେ ଏକ କୋଠାର କିଛି ଅଂଶ କାର ଉପରେ ପଡ଼ିଯାଇଛି। ଏହା ପରେ ଉକ୍ତ ସ୍ଥାନରେ ଲୋକେ ଧାଁ ଦୌଡ଼ କରି ଏଣେତେଣେ ପଳାଇଛନ୍ତି।ପ୍ରଶାସନିକ ଅଧିକାରୀ ଓ ପୁଲିସ୍ କର୍ମଚାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ।
ଘରର ବାଲ୍କୋନୀ ଭୁଶୁଡ଼ି ୫ ମୃତ, ୧୦ ଗୁରୁତର
|
August 15, 2023 |