ଯାଜପୁର,୯ /୨(ସନ୍ଧାନ ନିୟୁଜ ) ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଦାରିଦ୍ବ୍ୟ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ବଡଚଣା ବ୍ଳକର କେତେକ ପଂଚାୟତରେ ଦାୟିତ୍ୱରେ ଥିବା ଅଧିକାରିଙ୍କ ଖାମଖିଆଲ ନିତୀ ଓ ଉକେôାଚ ଅସୁଲ ପାଇଁ ଯୋଜନା ବାଟବଣା ହେଉଅଛି । ଏଥି ମଧ୍ୟରୁ ଏହି ବ୍ଳକ ଅନ୍ତର୍ଗତ ସୁଙ୍ଗୁଡା ଗ୍ରାମ ପଂଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ଦେଖିବାକୁ ମିଳୁଛି । ଆର୍ଥୀକ ସ୍ୱଛଳ ବର୍ଗଙ୍କୁ ରାସନ କାର୍ଡ, ବିଜ୍ଜୁପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭୈଣ୍ଡିଆଙ୍କୁ ବାର୍ଦ୍ଧକ୍ୟ ଭତା, ଦାୟିତ୍ୱରେ ଥିବା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ରାମଚନ୍ଦ୍ର ମଲିକଙ୍କ ସୁପାରିସରେ ପ୍ରଦାନ କରାଯାଉଛି । ବେଆଇନ ଭାବେ ଯୋଜନାକୁ ବାଟବଣା କରି ଆର୍ଥୀକ ସ୍ୱଛଳ ବର୍ଗଙ୍କୁ ପ୍ରଦାନ କରି ମୋଟା ଅଙ୍କର ଉକେôାଚ ନିଆଯାଉଥିବା ବେଳେ ଆର୍ଥୀକ ଅନଗ୍ରସର ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବଂଚିତ କରା୍ୟାଇଛି । ଏହି ପଂଚାୟତର ଭିନ୍ନକ୍ଷମ କୁଞ୍ଜଲତା ସାହୁ, ଗୋଲେକ ସାହାଣୀ ବିଭିନ୍ନ ଆଳ ଦେଖାଇ ଆଠମାସ ହେବ ଭତା ଟଙ୍କା ବନ୍ଦ କରାଯାଇଛି । ସେହିପରି ଖୋସାଲିପୁର ଗ୍ରାମର ଅଗଣୀ ଜେନା(୮୫) ନିଶିମଳା ଗ୍ରାମର କେଦାର ସେନାପତି, ବିଳାସିନୀ ସ୍ୱାଇଁ ଏବଂ ସରୋଜିନି ଜେନାଙ୍କର ମଧ୍ୟ ଭତାଟଙ୍କା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମଲିକ ବନ୍ଦ କରିଛନ୍ତି । ଯଦି କେହି ଆପତି କରୁଛି ତୁମ୍ଭେ ବିଡିଓଙ୍କ ସହ ଯୋଗାଯୋଗ କର ବୋଲି କହୁଛନ୍ତି । ଏହି ପଂଚାୟତରେ ମୋଟ ୪୭୦ ଜଣ ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତା ହିତାଧିକାରୀ ଅଛନ୍ତି । ନିୟମ ମୁତାବକ ମାସର ୧୫ ତାରିଖ ପୂର୍ବରୁ ଭତା ଟଙ୍କା ପ୍ରଦାନ କରାଯିବା କଥା କିନ୍ତୁ ଏଠାକୁ ଆସୁଥିବା ହିତାଧିକାରୀ ଗୋଟିଏ ଦିନରେ ଭତା ଟଙ୍କା ପ୍ରଦାନ କରାଯାଇଥାଏ । ଯେଉଁମାନେ ସେହିଦିନ ନେଇ ପାଇ ନଥାନ୍ତି ଗୋଟିଏ ଦିନ ପରେ କିମ୍ବା ପରମାସରେ ପ୍ରଦାନ କରାଯିବା କଥା କିନ୍ତୁ ପଂଚାୟତ ଅଧିକାରୀଙ୍କୁ ତିନୋଟି ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ଅନେକ ହିତାଧିକାରୀ ବାରମ୍ବାର ଦୌଡି ତାଙ୍କ ପ୍ରାପ୍ୟ ପାଇ ନଥାନ୍ତି । ଦୁଇମାସ ପରେ ଯେଉଁମାନେ ଯାଇ ଯାଇ ଅଧିକାରୀଙ୍କୁ ହାତଗୁଞ୍ଜା ଦିଅନ୍ତି ସେମାନଙ୍କ ଭତା ଟଙ୍କା ମିଳେ ନଚେତ ଯେଉଁମାନେ ହାତଗୁଞ୍ଜା ଦିଅନ୍ତି ନାହିଁ ସେମାନଙ୍କୁ ଟଙ୍କା ପ୍ରଦାନ କରାଯାଏ ନାହିଁ । ଏହିପରି ବର୍ଷକ ମଧ୍ୟରେ ୨୨ ହିତାଧିକାରୀଙ୍କ ଭତା ଟଙ୍କା ବିଭିନ୍ନ ଆଳ ଦେଖାଇ ପ୍ରଦାନ କରାଯାଇ ନାହିଁ । ଏ ସଂପର୍କରେ ହିତାଧିକାରୀମାନେ ଯେତେ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନାହୀଁ । ଶ୍ରୀ ମଲ୍ଲିକ ତାଙ୍କ ଚାକିରୀ କାଳ ମଧ୍ୟରେ ବିଭିନ୍ନ ଅନିୟମିତତା କରିବା ଓ ଉକେôାଚ ନେବା ଅଭିଯୋଗରେ ଦୁଇ ଦୁଇ ଥର ନିଲମ୍ବିତ ହୋଇ ସାରିଛନ୍ତି । ଏଭଳି ବ୍ୟକ୍ତିଙ୍କୁ ବ୍ଳକ ବିଡିଓ କେଉଁ ଆଧାରରେ ତିନୋଟି ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ୱ ଦେଇଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
Report- Santosh Rout, Jajpur



