ଗୋରୁ ବୋଝେଇ ଭ୍ୟାନକୁ ପୋଲିସ ଜିମାଦେଲେ ଲୋକେ; ୮ ଗୋରୁ ଉଦ୍ଧାର, ଚାଳକ ଗିରଫ

Spread the love

ବାରିପଦା ୨୬/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ବେଆଇନ ଭାବେ ଗୋଚାଲାଣ ବେଳେ ଗତ ବୁଧବାର ରାତିରେ ୪୯ ଜାତୀୟ ରାଜପଥ ଦେଇ ଯାଉଥିବା ପିକ୍ଅପ୍ ଜବତ ହୋଇଛି । ସ୍ଥାନୀୟ ଲୋକେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କଦାରା ଛକ ନିକଟରୁ ଏହି ପିକ୍ଅପ୍ (ଓଡି୧୧ଜେ୧୫୯୦)କୁ ଅଟକାଇ ପୋଲିସ ଜିମା ଦେଇଛନ୍ତି । ବାଙ୍ଗିରିପୋଷି ଥାନା ଅଧିକାରୀ ଦୟାନିଧି ଦାସଙ୍କ ନିର୍ଦ୍ଦେଶକ୍ରମେ ଏଏସ୍ଆଇ ଅଶୋକ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ଚାଳକକୁ ଗିରଫ କରିବା ସହ ଭ୍ୟାନ୍ ଜବତ କରିଥିଲେ । ଏହାସହ ୩ଟି ଗାଈ ,୫ଟି ବଳଦ ଉଦ୍ଧାର କରିଥିଲେ । ଉକ୍ତ ଗୋରୁ ଗୁଡ଼ିକ ବାମନଘାଟି ଉପଖଣ୍ଡ ଅଞ୍ଚଳରୁ ଚୋରି କରି ଅଣାଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି । ଏନେଇ ବାଙ୍ଗିରିପୋଷି ଥାନାରେ ୧୦୫/୨୦ ରେ ଏକ ମାମଲା ରୁଜୁ କରାଯାଇଛି । ଗିରଫ ଅଭିଯୁକ୍ତ ଚାଳକ (ମାଲିକ) ବାଦାମପାହାଡ଼ ଥାନା ଅନ୍ତର୍ଗତ ଦେୟଗାଁର ଏମଡି ଇସମାଇଲ୍ (୩୮) କୁ କୋର୍ଟ ଚାଲାଣ କରାଯିବା ସହ ଉଦ୍ଧାର ହୋଇଥିବା ୮ ଗୋରୁଙ୍କୁ ବାଲେଶ୍ଵର ସ୍ଥିତ ମା’ବାସନ୍ତୀ ଗୋଶାଳକୁ ପଠାଇ ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ବଢ଼ି ଚାଲିଛି ବେଆଇନ ଓ ଚୋରା ଗୋ- ଚାଲାଣ । ଅନେକ ସମୟରେ ଏ ସମ୍ବନ୍ଧରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ଉଭୟ ଜିଲ୍ଲା ପୋଲିସ ଓ ପ୍ରଶାସନ କୈାଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି । ସେହିପରି ଗୋ ରକ୍ଷା ପାଇଁ ବିଭିନ୍ନ ସମିତି କାର୍ୟ୍ୟ କରୁଥିଲେ । ମଧ୍ୟ ଏହା ପ୍ରଭାବହୀନ ଥିବାର ପରିଲକ୍ଷିତ ହେଉଛି । ପ୍ରତିଦିନ ବାମନଘାଟି ଉପଖଣ୍ଡର ହାଟଗାଦର , ବାଙ୍ଗିରିପୋଷି, ଅଙ୍ଗାରଗଡିଆ ଆଦି ହାଟକୁ ଶହଶହ ଗୋରୁ ବୋଝେଇ ହୋଇ କାମଶାଳା ଦେଇ ପଶ୍ଚିମବଙ୍ଗକୁ ବେଆଇନ ଚାଲାଣ କରାଇଥିବା ଜଣାପଡିଛି । ଗାଁ ଗହଳିରୁ ମଧ୍ୟ ପାଳିତ ଗୋରୁ ,ବୁଲା ଗାଈ ,ବଳଦ ଓ ଷଣ୍ଢ ଗୁଡ଼ିକକୁ ଚୋରାଇ ଅତି ଅମାନୁଷିକ ଭାବେ ଗାଡ଼ିରେ ଗୋ- ଚାଲାଣ କରାଯାଉଛି । ରାଇରଙ୍ଗପୁର ଥାନା, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା , ଯଶିପୁର ଥାନା, ବିଶୋଇ ଥାନା, ବାଙ୍ଗିରିପୋଷି ଥାନା ଓ ଝାରପୋଖରିଆ ଥାନାକୁ ଅତିକ୍ରମ କରି ବେଧଡକ ଭାବେ ଚାଲିଛି ଏହି ଗୋ- ଚାଲାଣ । ତେବେ ବେଆଇନ ଗୋ- ଚାଲାଣ ରୋକିବା ପାଇଁ ରାଜ୍ୟ ସରକାର ପତ୍ର ସଂଖ୍ୟା ୧୮୮ (୩୦) /୧୫,୬୮(୩୦)/୧୬ମାଧ୍ୟମରେ ଆରଷୀ ଅଧୀକ୍ଷକ , ଜିଲ୍ଲାପାଳ ଏବଂ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହି ନିର୍ଦ୍ଦେଶ ପ୍ରାଣୀର ଗାର ପାଲଟିଛି ।

Related Posts

About The Author

Add Comment