ଗୋମାଂସ ବିକ୍ରି ସମୟରେ ତଲସରା ପୋଲିସର ଚଢ଼ାଉ,୨ଜଣ ଗିରଫ

Spread the love

ସୁନ୍ଦରଗଡ ତା:୨/୧୦/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ) ସବଡେଗା ବ୍ଲକରେ ତଲସରା ଥାନା ଅନ୍ତର୍ଗତ ଗାଇବିରା ଓ ଲତଡେଗା ଗ୍ରାମର କେତେ   ଦୁର୍ବୃତ୍ତଙ୍କ ଘର ବାରିପଟେ ଦୁଇଟି ଗାଈକୁ ମାରି ଗୋମାଂସର ଭାଗବଣ୍ଟା କରୁଥିଲେ ।ଏହାର ଖବର ପାଇ ଅଞ୍ଚଳର କେତେକ ଯୁବକ ତଲସରା ପୋଲିସକୁ ଅବଗତ କରାଇଥିଲେ । ତଲସରା ପୋଲିସ ଖବର ପାଇବାମାତ୍ରେ ଉକ୍ତ ଅଞ୍ଚକରେ ଅତର୍କିତ ଚଢ଼ାଉ କରି ଦୁଇଜଣ ଯୁବକଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିବାବେଳେ ଅନ୍ୟମାନେ ଖସିପଲାଇବାରେ ସକ୍ଷମ ହୋଇଥିଲେ । ଗିରଫ ଯୁବକଙ୍କ ନାମ ସ୍ପଷ୍ଟ ହୋଇପାରି ନାହିଁ । ଘଟଣା ସ୍ଥଳରୁ ଗୋମାଂସ ସହ ଗୋମାଂସ କଟା ବ୍ୟବହୃତ ସାମଗ୍ରୀ ପୋଲିସ ଜବତ କରିଛି । ଖସିଥିବା  ବ୍ୟକ୍ତିଙ୍କ ବିଷୟରେ ତଲସରା ପୋଲିସ ତନାଘନା କରୁଥିବା ଜଣାପଡିଛି ।

Related Posts

About The Author

Add Comment