ସୁନ୍ଦରଗଡ଼ ତା: ୫/୪/୨୦୨୬( ସନ୍ଧାନ ନ୍ୟୁଜ) ଗତକାଲି ପ୍ରାୟ ଅପରାହ୍ନ ୩ଟା ୩୦ମିନିଟ ସମୟ ରେ ତଲସରା ଥାନା ଅନ୍ତର୍ଗତ କୁରେଇ ଗ୍ରାମ ପଞ୍ଚାୟତ ମୁଣ୍ଡା ପଡା ଠାରେ କିଛି ଦୁର୍ବୁତ୍ତ ଏକ ଗୋରୁ କୁ ମାରି ମାଂସ କାଟୁଥିବା ସମୟ ରେ ସେହି ଗ୍ରାମର ଗ୍ରାମବାସି ପ୍ରଥମେ ସେହି ସ୍ଥାନ ର ଠାବ କରି ପରେ ଅଭିଯୁକ୍ତଙ୍କୁ କାବୁ କରିଥିଲେ l କାବୁ କରିବା ସମୟ ରେ କିଛି ଦୁର୍ବୁତ୍ତ ଫେରାର ହୋଇ ଯାଇଥିବା ବେଳେ ୨ଜଣ ଙ୍କୁ କାବୁ କରି ତଲସରା ଥାନା କୁ ଫୋନ ମାଧ୍ୟମରେ ଅବଗତ କରାଇଥିଲେ l ଉକ୍ତ ଅଭିଯୁକ୍ତ ଜ୍ୟୋତି ଭେଙ୍ଗରା ଓ ଜେଣ୍ଡାର ଭେଙ୍ଗରା ହୋଇଥିବା ବେଳେ ଏମାନେ କୁରେଇ ପଞ୍ଚାୟତ ମୁଣ୍ଡା ପଡ଼ାର ବୋଲି ସୂଚନା ରହିଛି । ଖବର ପାଇ ତଲସରା ଥାନା ଅଧିକାରୀ ସଦଳବଳ ନେଇ ଉକ୍ତ ସ୍ଥାନ କୁ ପହଞ୍ଚି ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ଗୋ ମାଂସ ଓ କାଟିବା ଜିନିଷ ଯଥା -ପନିଖି, କୁରାଢ଼ୀ, ଛୁରୀ, ରସି, ଇତ୍ୟାଦି ଜବତ କରିଥିଲେ ।
ଗୋମାଂସ କୁ ନେଇ ବାଲିଶଙ୍କରା ବ୍ଲକରେ ତଳସରା ପୋଲିସ ଆକ୍ସନ ମୋଡରେ
|
April 5, 2026 |



