ଗୋପାଳପୁରରେ ଆନ୍ତରାଜ୍ୟ ବସ୍ ଟର୍ମିନାଲ

Spread the love
  • 3
    Shares

.କଟକ, ୩୧/୫/ (ସନ୍ଧାନ ନୁ୍ୟଜ୍)- କଟକର ଗୋପାଳପୁରଠାରେ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ନିର୍ମାଣ କରାଯିବ । ଏଥିପାଇଁ ୪୦ ଏକର ଜମି ଅଧିଗ୍ରହଣ କରାଯାଇଛି । ପାଚେରୀ ନିର୍ମାଣ ପାଇଁ ୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ଟର୍ମିନାଲ୍ରେ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟ କରାଯିବ । ଏଥିରେ ୧୦୦୦ ବସ୍ ଚଳାଚଳ କରିବ । ୪/୫ ଦିନ ମଧ୍ୟରେ ଟମିର୍ନାଲ୍ର ଶୁଭ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ନୃସିଂହ ସାହୁ ପ୍ରକାଶ କରିଛନ୍ତି । ଏ ସଂପର୍କରେ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉପରୋକ୍ତ ନିଷ୍ପତି ନିଆଯାଇଛି । କଟକ ବାଦାମବାଡ଼ି ବସ୍ ଷ୍ଟାଣ୍ଡର ମଧ୍ୟ ଆଧୁନିକୀକରଣ କରାଯିବ । ଓଡ଼ିଶା ପୋଲିସ୍ ହାଉସିଂ ବୋର୍ଡ କର୍ପୋରେସନ୍ ଏହାର ନିର୍ମାଣ କରୁଛି ।

  • 3
    Shares

Related Posts

About The Author

Add Comment