ଜେନାପୁର,୨୬/୧ (ସନ୍ଧାନ ନ୍ୟୁ ଜ୍): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ୫୩ ନମ୍ବର ଜାତୀୟ ରାଜପଥ ସଂଲଗ୍ନ କନ୍ତପଡ଼ା ଛକ ଠାରେ ଗୋପବନ୍ଧୁ ପ୍ରେସ କ୍ଲବ କବାଟବନ୍ଧ ପକ୍ଷରୁ ପ୍ରେସ କାର୍ଯ୍ୟାଳୟ ରେ ୭୬ ତ୍ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ସର୍ବପ୍ରଥମେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରା ଯାଇଥିଲା।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ମେଡ଼ିକାଲ ଅଫିସର ଡାକ୍ତର ନିହାର ରଞ୍ଜନ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଡକ୍ଟର କର ସାଧାରଣତନ୍ତ୍ର ଦିବସ ପାଳନ ତଥା ସମ୍ବିଧାନ ପ୍ରଣେତା ବାବା ସାହେବ ବି ଆର ଆମ୍ବେଦକର ଏବଂ ସ୍ୱାଧୀନତା ସଂଗ୍ରାମୀ ତଥା ମହାପୁରୁଷ ମାନଙ୍କୁ ମନେ ପକାଇ ସେମାନଙ୍କ ଦେଶପ୍ରେମ ଉତ୍ସର୍ଗୀକୃତ ଜୀବନୀ ଓ ବଳିଦାନ ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ ନକୁଳ ରାଉତ ,ସରସ୍ୱତୀ ଶିଶୁ ମନ୍ଦିର କନ୍ତପଡ଼ା ର ପ୍ରଧାନ ଆଚାର୍ଯ୍ୟ ବାବୁଲି ରାଉତ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ। ସରସ୍ୱତୀ ଶିଶୁ ମନ୍ଦିର କନ୍ତପଡ଼ା ର କୁନି କୁନି ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ପିଲା ମାନେ ଦ୍ୱାରା ଖୁବ ସୁନ୍ଦର ପ୍ୟାରେଡ଼ ପ୍ରଦର୍ଶନ କରିଥିଲେ।ବନ୍ଦେ ମାତରମ , ଭାରତ ମାତା କୀ ଜୟ ଓ ଅନ୍ୟାନ୍ୟ ସ୍ଲୋଗାନ ଦ୍ୱାରା ଚତୁର୍ଦିଗ କମ୍ପି ଉଠି ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଗୋପବନ୍ଧୁ ପ୍ରେସ କ୍ଲବ ର ସଭାପତି ବସନ୍ତ କୁମାର ମଲ୍ଲିକ, ସମ୍ପାଦକ ଚିତ୍ରସେନ ନାଥ, ସହ ସମ୍ପାଦକ ନିସ୍କାନ୍ତ ଖଟୁଆ, ଉପଦେଷ୍ଟା ପ୍ରଶାନ୍ତ ସାମଲ, ସଭ୍ୟ ସତ୍ୟଜିତ ଦାଶ, ଅସିତ ନାୟକ, ଅତିଥି ଶରତ ବଳ, ଦୁର୍ଯ୍ୟୋଧନ ଦାସ, ମନୋଜ ବେହେରା, ସରୋଜ ପତି ଙ୍କ ସମସ୍ତ , ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନ କରିବା ସହିତ ସହଯୋଗ କରିଥିଲେ।
ଗୋପବନ୍ଧୁ ପ୍ରେସ କ୍ଲବ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ।
|
January 26, 2025 |
