ନୂଆଦିଲ୍ଲୀ, ୧୦/୩ (ସନ୍ଧାନ ନିଉଜ) ଗୋଆରେ ସରକାର ଗଠନ କରିବା ଦିଗରେ ଆଗେଇ ଚାଲିଛି ବିଜେପି । ସଂଖ୍ୟାଗରିଷ୍ଠତା ହାସଲ କରିବାଠୁ ସାମାନ୍ୟ ପଛରେ ରହିଛି ଦଳ । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ୧୮ ଆସନରେ ଆଗୁଆ ଚାଲିଛି ବିଜେପି । ଦିନ ସାଢେ ୧୦ ଟା ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରଦତ୍ତ ସୂଚନା ମୁତାବକ ରାଜ୍ୟର ମୋଟ ୪୦ ଆସନରୁ ବିଜେପି ୧୮, କଂଗ୍ରେସ ୧୨ ଆସନରେ ଆଗୁଆ ରହିଛନ୍ତି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଗରେ ରହିଛନ୍ତି । ତାଙ୍କ ନିକଟତମ କଂଗ୍ରେସ ପ୍ରତିନ୍ଦ୍ୱନ୍ଦୀଙ୍କଠାରୁ ୩୦୦ ଖଣ୍ଡ ଭୋଟ୍ରେ ଆଗରେ ଚାଲୁଛନ୍ତି । ସେହିଭଳି ଗୋରେ ଆପ୍ ର ମୁଖ୍ୟମନ୍ତ୍ରୀ ପାର୍ଥି ଅମିତ ପାଲେକର ପଛରେ ରହିଯାଇଛନ୍ତି । ସେଣ୍ଟ୍ କ୍ରୁଜ୍ ଆସନରୁ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଥିବା ବେଳେ ଅମିତ ପାଲେକର ତୃତୀୟ ସ୍ଥାନରେ ରହିଛନ୍ତି । ଗୋଆରେ ଏପର୍ଯ୍ୟନ୍ତ ବିଜେପିକୁ ୩୨.୮ ପ୍ରତିଶତ ଭୋଟ୍ ମିଳିଥିବା ବେଳେ କଂଗ୍ରେସକୁ ୨୩.୭ ପ୍ରତିଶତ ଭୋଟ୍ ମିଳିଛି ।
