ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଦୁଇ ଦିନିଆ ପାରମ୍ପରିକ ଲୋକକଳା ଶିକ୍ଷା, ସୂଚନା ଓ ଯୋଗାଯୋଗ ପ୍ରଶିକ୍ଷଣ କର୍ମଶାଳା ଉଦ୍‌ଘାଟିତ

Spread the love
ଯାଜପୁର, ତା ୨୯ା୦୮ା୨୦୨୩ ରିଖ : ଆଜି ପୂର୍ବାହ୍ନରେ ଜିଲ୍ଳ୍‌ା ସଦର ମହକୁମାସ୍ଥ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଦୁଇ ଦିନିଆ ପାରମ୍ପରିକ ଲୋକକଳ ଶିକ୍ଷା ସୂଚନା ଓ ଯୋଗାଯୋଗ (ଓଋଉ)ପ୍ରଶିକ୍ଷଣ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଚ୍ଥି । ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଉକ୍ତ ପ୍ରଶିକ୍ଷଣ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରି ପାରମ୍ପରିକ ଲୋକକଳା ସ୍ୱର୍ଗୀୟ, ଚିରନ୍ତନୀ ଓ ଏହା ମାନବ ସଭ୍ୟତାର ଆତ୍ମା ବୋଲି ଉତ୍‌ଥାପନ କରି ଲୋକକଳାକୁ ବଞ୍ଚାଇ ରଖିବା ତଥା କଳାକାର ମାନଙ୍କ ଜୀବନ ଜୀବୀକାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଉନ୍ନତିମୂଳକ ଅଗ୍ରଣୀ ଯୋଜନାର ପ୍ରଚାର ପ୍ରସାର ଏକ ଅଭିନବ ଯୋଜନା ବୋଲି ଉଲ୍ଳେଖ କରି ଆସନ୍ତା ତା ୧୫ା୦୯ା୨୦୨୩ ରିଖ ଠାରୁ ତା ୩୦ା୦୯ା୨୦୨୩ ରିଖ ୧୫ ଦିନ ବ୍ୟାପୀ ଏହ ପାରମ୍ପରିକ ଲୋକକଳା ମାଧ୍ୟମରେ ଜିଲ୍ଳ୍‌ାର ସମସ୍ତ ଗ୍ରାମରେ ଯେଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଆମ ହସ୍ପିଟାଲ, ଆମ ଓଡିଶା ନବୀନ ଓଡିଶା, କୃଷି ଋଣ ଏବଂ ପଂସଲ ବୀମା, ମଧୁବାବୁ ପେନ୍‌ସନ୍ ଯୋଜନା, ୫ଞ ମାଧ୍ୟମରେ ବିଦ୍ୟାଳୟ ରୂପାନ୍ତରିକରଣ ଏବଂ ଆଦର୍ଶ ବିଦ୍ୟାଳୟ, ମିଶନଶକ୍ତି, ହକି କ୍ରୀଡାର ପ୍ରଚାର ପ୍ରସାର ଏବଂ ମମତା ଓ ହରିଶ୍ଚନ୍ଦ୍ର ଯୋଜନାର ସପଂଳ ବାର୍ତ୍ତା ଲୋକ ମାନଙ୍କ ନିକଟରେ ପହଞ୍ଚାଇବାର ଲକ୍ଷ୍ୟ ସାଧିତ ହେବା ନିମନ୍ତେ ସମସ୍ତ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଳ୍‌କ କଳା ସଂସ୍କୃତି ସଂଘର ଊପ-ସଭାପତି ଓ ଲୋକକଳା ଦଳର ଗୁରୁମାନେ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଶ୍ରୀ ଶୁଭେନ୍ଦ୍ର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜିଲ୍ଳ୍‌ା ସଂଯୋଜକ ଶ୍ରୀପତି ତରୁଣ କୁମାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସମ୍ୱନ୍ଧରେ ତାଲିମ ପ୍ରଦାନ କରିଥିବା ବେଳେ ମୁଖ୍ୟ ଜିଲ୍ଳ୍‌ା କୃଷି ଅଧିକାରୀ ଶ୍ରୀ ଉଦୀପ୍ତ କୁମାର ତ୍ରିପାଠୀ କୃଷି ଋଣ ଏବଂ ପଂସଲ ବୀମା ପାଇଁ ସହାୟତା ଯୋଜନା, ଜିଲ୍ଳ୍‌ା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବିନ୍ଦ୍ର ନାଥ ବେହେରା ମଧୁବାବୁ ପେନ୍‌ସନ ଯୋଜନା, ଅତିରିକ୍ତ ଜିଲ୍ଳ୍‌ା ଶିକ୍ଷା ଅଧିକାରୀ ଶ୍ରୀ ଶଶିଧର ସିଂହ ୫ଞ ମାଧ୍ୟମରେ ବିଦ୍ୟାଳୟ ରୂପାନ୍ତରୀକରଣ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ, ଜିଲ୍ଳ୍‌ା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଂଜୁଲତା ନାୟକ ମାତୃ ଓ ଶିଶୁ ମଙ୍ଗଳ ମମତା ଓ ମିଶନ ଶକ୍ତି , ଜିଲ୍ଳ୍‌ା କ୍ରୀଡା ଅଧିକାରୀ ଶ୍ରୀ ପଂକୀର ମୋହନ ଟୁଡୁ ହକି କ୍ରୀଡାର ପ୍ରଚାର ପ୍ରସାର ଦିଗରେ କ୍ରୀଡା ଯୋଜନା ଉପରେ ବିସ୍ତୃତ ସଚେତନତା ବାର୍ତ୍ତା ପ୍ରଦାନ କରି ପାରମ୍ପରିକ ଲୋକ କଳାକାର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସେହିପରି ଜିଲ୍ଳ୍‌ା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା ବୈଠକରେ ଉପସ୍ଥିତ ଥିଲେ ।
ରାଜ୍ୟ ସ୍ତରରୁ ତାଲିମ ଗ୍ରହଣ କରିଥିବା ଜିଲ୍ଳ୍‌ା କଳା ସଂସ୍କୃତି ସଂଘ ଉପ-ସଭାପତି ଶ୍ରୀ ମୋହନ ଚରଣ ମଲ୍ଳିକ ଏବଂ ଶ୍ରୀ ତରଣୀସେନ୍ ରାଉତ ସମସ୍ତ ୧୦ ଗୋଟି ଯୋଜନାର ବାର୍ତ୍ତା କିପରି ବିଭିନ୍ନ ପାରମ୍ପରିକ ଲୋକକଳା ମାଧ୍ୟମରେ ୧ ଘଣ୍ଟା ଅବଧି ମଧ୍ୟରେ ପରିବେଷଣ କରିବେ ସେ ସମ୍ୱନ୍ଧରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଳ୍‌ା ସଂସ୍କୃତି ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ତଥା ଧନ୍ୟବାଦ ଅର୍ପଣ କରିବା ସହ ସଭାକାର୍ଯ୍ୟ ସଂଚାଳନ କରିଥିଲେ ।
ପ୍ରଶ୍ରିକ୍ଷଣ ଶିବିରକୁ ସପଂଳ କରିବାରେ ବିଭାଗୀୟ କର୍ମଚାରୀ ବୃନ୍ଦ ଶ୍ରୀ ସୁବ୍ରତ କୁମାର କାନୁନ୍‌ଗୋ, ଶ୍ରୀ ବିନୋଦ କୁମାର ସିଂସିଙ୍କୁ, ଶ୍ରୀ ଶାନ୍ତନୁ କୁମାର ସାହୁ, ଶ୍ରୀ ସତ୍ୟଜିତ୍ ନାୟକ, ଶ୍ରୀ ସୁରୋନ୍ଦ୍ର ନାଥ ସାହୁ, ଶ୍ରୀ ରବିନ୍ଦ୍ର କୁମାର ଦାସ, ଶ୍ରୀ ରତିକାନ୍ତ ମହାନ୍ତି ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ସମସ୍ତ ବ୍ଳକର ବ୍ଳକ କଳା ସାମାଜିକ ସୁରକ୍ଷା ଅଧିକାରୀ, ସମସ୍ତ ବ୍ଳକ କଳା ସଂସ୍କୃତି ସଂଘ ଉପ-ସଭାପତି ଏବଂ ସମସ୍ତ ବ୍ଳକର ଜଣେ ଶ୍ରେଷ୍ଠ ପାରମ୍ପରିକ ଲୋକକଳା ଗୁରୁ ଯୋଗଦାନ କରିଥିଲେ । ଶ୍ରୀ ପ୍ରପୁଂଲ କୁମାର ଆଚାର୍ଯ୍ୟ ପାଲା ପରିବେଷଣ, ଶ୍ରୀ ମଦନ ମୋହନ ପଣ୍ଡିତ ଦାସକାଠିଆ ପରିବେଷଣ, ଶ୍ରୀ ଅଭୟ କୁମାର ଶତପଥୀ ଘୋଡାନାଚ ପରିବେଷଣ କରିବା ସହ ଶ୍ରୀ ମହେନ୍ଦ୍ର କୁମାର ସାହୁ, ଶ୍ରୀ ତରଣୀସେନ୍ ରାଊତ, ଶ୍ରୀ ମୋହନ ଚରଣ ମଲ୍ଳ୍‌ିକ ପ୍ରମୁଖ ବିଶିଷ୍ଟ ଲୋକକଳା ଗୁରୁମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କୃଷି, ୫ଞ ହାଇସ୍କୁଲ ରୂପାନ୍ତରୀକରଣ ଏବଂ ମଧୁବାବୁ ପେନ୍‌ସନ୍ ଯୋଜନା ସମ୍ୱନ୍ଧରେ ସଚେତନତା ପ୍ରଶିକ୍ଷଣ ବାର୍ତ୍ତା ପ୍ରଦାନ କରିଥିଲେ । ଆସନ୍ତା ତା ୩୧ା୦୮ା୨୦୨୩ ରିଖରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଦିି୍ୱତୀୟ ଦିବସ ତାଲିମ କର୍ମଶାଳା ପୂର୍ବାହ୍ନ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ ।

Related Posts

About The Author

Add Comment