ବାରିପଦା, ୨୮/୧୦(ସନ୍ଧାନ ନ୍ୟୁଜ୍);- ଗୁପଚୁପ୍ ଖାଇବାକୁ ଡାକିନେଇ ଜଣେ ମାନସିକ ବିକାରଗ୍ରସ୍ତ ଦିବ୍ୟାଙ୍ଗ ଯୁବତୀଙ୍କ ସହ ହୋଇଛି ଦୁଷ୍କର୍ମା ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଗତ ୧୬ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଆଜି ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ସଙ୍ଗେ ସଙ୍ଗେ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା କହିଛନ୍ତି ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି। ସୂଚନା ଅନୁଯାୟୀ, ବାରିପଦା ପୌରପରିଷଦର ୱାର୍ଡ ନମ୍ବର ୨୪ କାଳିକାପୁର ଅଞ୍ଚଳର ଲକ୍ଷ୍ମଣ ରାମଙ୍କ ପୁଅ ହିମାଂଶୁ ରାମ ଓରଫ ଜନ୍ଦା ଗତ ୧୬ ତାରିଖ ସନ୍ଧ୍ୟା ସମୟରେ ଉକ୍ତ ଦିବ୍ୟାଙ୍ଗ ଯୁବତୀଙ୍କୁ ଗୁପଚୁପ୍ ଖାଇବାକୁ ଦେବ ବୋଲି କହି ଭୁଲାଇ ନେଇଥିଲା। ନିକଟସ୍ଥ ନଦୀପଠାକୁ ନେଇ ସେଠାରେ ରାତି ପ୍ରାୟ ୯ଟା ଯାଏ ଦୁଷ୍କର୍ମ କରିଥିଲା ଏବଂ ପ୍ରାୟ ସାଢେ ୯ଟା ସମୟରେ । ଯୁବତୀଙ୍କୁ ଆଣି ଘରେ ପାଖରେ ଛାଡ଼ି ଦେଇଥିଲା। 2 ଯୁବତୀଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ସେ ଘଟଣା ବିଷୟରେ କାହାକୁ କିଛି କହିବେନି ବୋଲି ଭାବିଥିଲା ଅଭିଯୁକ୍ତ ହେଲେ ବିଳମ୍ବ ସମ୍ପର୍କରେ ପଚାରିବାରୁ ଦିବ୍ୟାଙ୍ଗ ଯୁବତୀ ଜଣଙ୍କ ନିଜ ଭଉଣୀ ନିକଟରେ ସବୁକିଛି କହି ଦେଇଥିଲେ। ପରିବାର ଲୋକେ ଏ ନେଇ ହିମାଂଶୁଙ୍କ ମା’ଙ୍କୁ ପ୍ରଥମେ ଜଣାଇଥିଲେ। ହେଲେ ସେ କିଛି ଜାଣି ନ ଥିବାର କହିଥିଲେ । ଆପୋଷ ସମାଧାନ ହୋଇନପାରିବାରୁ । ଆଜି ପୀଡ଼ିତାଙ୍କ ଭଉଣୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଦଫା ୩୭୬(୨)(ଇ) ଏବଂ କେସ୍ ନଂ ୭୩୯/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଆସନ୍ତାକାଲି ପୀଡ଼ିତା ଓ ଅଭିଯୁକ୍ତ ଉଭୟଙ୍କ ଡାକ୍ତରୀ ମାଇନା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛି ପୁଲିସ
ଗୁପୁଚୁପ ଖାଇବାକୁ ଡ଼ାକିନେଇ ଯୁବତୀଙ୍କୁ ଦୁଷ୍କର୍ମ
|
October 29, 2020 |