ଗୁଜ ପାହାଡ଼ରେ ଇନ୍ଦ୍ରଦେବଙ୍କୁ ଗିରିଗୋବର୍ଧନ ପୂଜା ଅନୁଷ୍ଠିତ

Spread the love

ସୁନ୍ଦରଗଡ ତା:୨୦/୯/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ) ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ନୂଆଡ଼ିହି ଗ୍ରାମର ଗୁଜ ପାହାଡ଼ରେ ଆଜକୁ ୧୫୦ବର୍ଷ ଧରି ଇନ୍ଦ୍ରଦେବଙ୍କୁ ସ୍ଥାନୀୟ ଲୋକେ ପୂଜାର୍ଚ୍ଚନା କରି ଆସୁଛନ୍ତି । ନୂଆଡ଼ିହି ସହିତ ଅଞ୍ଚଳର ମଙ୍ଗସପୁର, ସାହାଜବାହାଲ,ସାଗରପାଲି,ଟାଏସର ସହିତ ଅନେକ ଦୂରଦୁରାନ୍ତରୁ ଲୋକମାନେ ଆସି ଏହି ପୂଜାରେ ଯୋଗଦାନ କରିଥାନ୍ତି । ଏହି ପୂଜାରେ ଅନେକ ପ୍ରାନ୍ତରୁ ଶ୍ରଦ୍ଧାଳୁ ଆସି ଇନ୍ଦ୍ରଦେବଙ୍କୁ ନିଜ ଗୁହାରି ଜଣାଇଥାନ୍ତି । ମଙ୍ଗସପୁରର ପୂଜକ ଦାମୋଦର ପଣ୍ଡା ନିଃସ୍ୱାର୍ଥପର ଭାବରେ ନିଜ ପୂଜାକାର୍ଯ୍ୟ ତୁଲାଇ ଆସୁଛନ୍ତି । ଏହି ପୂଜାରେ ଅଞ୍ଚଳର ଦାମୋଦର ନାଏକ, ଲକ୍ଷ୍ମୀ ପଟେଲ, ଗଜାଧର ପଟେଲ,ଅଲେଖ ପଟେଲ,ବିଷ୍ଣୁପ୍ରିୟା ପଟେଲ,ଯୋଗେଶ କିଷାନ,ସରୋଜ ଡ଼ନସନା ପ୍ରମୁଖ ପୂଜାରେ ଉପସ୍ଥିତ ରହି ପୂଜା ସୁଚାରୁ ରୁପେ ତୁଲାଇବା ସହିତ ଭକ୍ତଙ୍କ ସମସ୍ତ ସୁବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦେଇଥିଲେ । ଏହି ପୂଜାରେ ଟାଏସରର କୃଷ୍ଣଗୁରୁ ମଣ୍ଡଳୀ ସହିତ ନୂଆଡ଼ିହିର ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ ।

Related Posts

About The Author

Add Comment