ଗିରଫ ହେଲେ ୨ ଲୁଟେରା

Spread the love

ପୁରୀ, 20.01.2021(ସନ୍ଧାନ ନିଉଜ୍): ପୁରୀରୁ ଗିରଫ ହେଲେ ୨ ଲୁଟେରା । ଲୁଟେରାଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଏମାନେ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଟଙ୍କା, ମୋବାଇଲ ଲୁଟୁଥିଲେ । ଗିରଫ ଅଭିଯୁକ୍ତ ହେଲେ ପୁରୀ ହରଚଣ୍ଡୀ ସାହିର କୃଷ୍ଣଚନ୍ଦ୍ର କହଁର ଓ ମିଶ୍ର ସାହିର ଚନ୍ଦନ ସିଂ । ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସ ୧୬ ତାରିଖରେ ପୁରୀ ଗୌଡ଼ବାଡ଼ ସାହିର ରାଜେଶ୍ବରୀ ବେହେରା ପାଠପଢ଼ା ସାରି ରାତି ୮ଟାରେ ଘରକୁ ଫେରୁଥିଲେ । ଏହି ସମୟରେ ବିଶ୍ବମ୍ବର ବିଦ୍ୟାପୀଠ ନିକଟରେ ଏହି ଅଭିଯୁକ୍ତମାନେ ତାଙ୍କଠାରୁ କଲେଜ ବ୍ୟାଗ ଛଡାଇ ନେଇ ପଳାଇ ଥିଲେ। ସେହି ବ୍ୟାଗରେ ୨ ହଜାର ଟଙ୍କା ସମେତ ଏଟିଏମ କାର୍ଡ ଥିଲା । ଉକ୍ତ ଏଟିଏମର ପାସୱାର୍ଡ ସେଠାରେ ଲେଖାଥିବାରୁ ଅଭିଯୁକ୍ତମାନେ ୪୬ ହଜାର ୬୬୦ ଟଙ୍କା ବିଭିନ୍ନ ସମୟରେ ଉଠାଇଥିଲେ। ତେବେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ପୋଲିସ ସୂଚନା ଦେଇଛି ।

Related Posts

About The Author

Add Comment