ଗିରଫ ଭୟରେ ଇମ୍ରାନ ଖାନ ଫେରାର, ପିଟିଆଇ ନେତାଙ୍କ ଧମକ- ରେଡଲାଇନ ଅତିକ୍ରମ କଲେ ପରିସ୍ଥିତି ଭୟଙ୍କର ହେବ

Spread the love

ଇସଲାମାବାଦ, : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ସୁନିଶ୍ଚିତ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇମ୍ରାନ ଖାନ ରାଓଲପିଣ୍ଡିରେ ଏକ କାର୍ଯ୍ୟକ୍ରମ ପାଇଁ ବାହାରିଥିଲେ । କିନ୍ତୁ ସେ ଆଉ ଫେରି ନାହାନ୍ତି । ଗିରଫତାରୀରୁ ବର୍ତ୍ତିବା ପାଇଁ ସେ ପଂଜାବ ସରକାର ନଜରରେ ଥିବା କୌଣସି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି । ଅନ୍ୟପଟରେ ବାଣୀଗାଳାସ୍ଥିତ ଇମ୍ରାନଙ୍କ ନିବାସରେ ସମର୍ଥକମାନେ ଏକଜୁଟ ହୋଇଛନ୍ତି । ଇମ୍ରାନ ଖାନଙ୍କୁ ପୁଲିସ ଯେକୌଣସି ସମୟରେ ଗିରଫ କରିପାରେ । ପାକିସ୍ତାନୀ ଖବରକାଗଜ ‘ଡନ୍‌’ର ରିପୋର୍ଟ ଅନୁସାରେ ଇସଲାମାବଦା ପୁଲିସ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ବାଣୀଗାଳା ପହଞ୍ଚି ଥିଲା । ମାତ୍ର ଲ ଆଣ୍ଡ ଅର୍ଡର ପରିସ୍ଥିତି ଠିକ ନ ଥିବାରୁ ଗିରଫ କରିପାରିଲା ନାହିଁ ।

ଅନ୍ୟପଟରେ ପାକିସ୍ତାନ ତହରୀକ-ଏ-ଇନସାଫ (ପିଟିଆଇ)ର ନେତାମାନେ ଧମକ ଦେଇଛନ୍ତି ଯେ, ଯଦି ଇମ୍ରାନ ଖାନଙ୍କ ଗିରଫତାରୀ ହେଲେ ପରିସ୍ଥିତି ଭୟଙ୍କର ହେବ । ଇମ୍ରାନ ସରକାରରେ ମନ୍ତ୍ରୀ ଥିବା ଅମୀନ ଖାନ ଚେତାବନୀ ଦେଇଛନ୍ତି ଯେ, ଯଦି ପାକିସ୍ତାନ ସରକାର ଇମ୍ରାନଙ୍କୁ ଗିରଫ କରେ, ତାହେଲେ ପିଟିଆଇ କର୍ମୀମାନେ ଇସଲାମାବଦାକୁ ଟେକ୍‌ଓଭର କରିନେବେ । ସେହିପରି ହସନ ନିୟାଜୀ ମଧ୍ୟ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ଆହ୍ୱାନ କରିଛନ୍ତି । SANDHAN NEWS

Related Posts

About The Author

Add Comment