ଗାନ୍ଧୀଙ୍କ ଓଡିଶା ନାଟକରେ ଅଭିଭୁତ ଦର୍ଶକ ।

Spread the love

ଯାଜପୁର, ୨୪/୦୩/୨୧ (ସନ୍ଧାନ ନିଉଜ) : ଗାନ୍ଧୀଙ୍କ ଆଦର୍ଶ, ବିଚାରଧାରା, ଚିନ୍ତା ଓ ଚେତନା କାଳଜୟୀ । ଯୁଗ ପରେ ଯୁଗ ଏହା ମାନବ ସମାଜର ଉଚିତ ମାର୍ଗ ଦର୍ଶନ କରିଚାଲିଥିବ ବୋଲି ବରୀ ବିଧାୟିକା ସୁନନ୍ଦା ଦାସ ମତ ବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ସଂଧ୍ୟାରେ ମହାତ୍ମା ଗାନ୍ଧୀଙ୍କର ଓଡିଶା ପଦାର୍ପଣର ଶତବାର୍ଷିକୀ ପାଳନ ଅବସରରେ ଗାନ୍ଧୀଙ୍କ ଓଡିଶା ନାମରେ ଏକ ନାଟକ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ମଞ୍ଚସ୍ଥ ହୋଇଥିଲା । ଓଡିଶା ସଂଗୀତ ନାଟକ ଏକାଡେମୀ , ଜିଲ୍ଳ୍ା ସଂସ୍କୃତି ପରିଷଦ ଓ ପୂଣ୍ୟ ଉକôଳ ସାମାଜିକ ଓ ସାଂସ୍କୃତିକ ସଂଗଠନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ନାଟକ କାର୍ଯ୍ୟକ୍ରମକୁ ବିଧାୟିକା ଶ୍ରୀମତୀ ଦାସ ଉଦ୍ଘାଟନ କରିବା ସହ ଯାଜପୁରକୁ ଗାନ୍ଧିଜୀଙ୍କର ଆଗମନ, ବିଭିନ୍ନ ସଭା ସମିତିରେ ଉଦ୍ବୋଧନ, ସ୍ୱାଧୀନତା ସଂଗ୍ରାମ ପାଇଁ ପାଣ୍ଠି ସଂଗ୍ରହ, ସମାଜ ସଂସ୍କାର ବାର୍ତ୍ତାର ସଚେତନତା ସଂପର୍କରେ ବିଷଦ ଆଲୋକପାତ କରିଥିଲେ । କାଟି ପିନ୍ଧ କୁଟି ଖାଅ ର ନାରା ସମଗ୍ର ଭାରତରେ ପ୍ରତିଧୂନିତ ହୋଇଥିଲା ଯାହା ସ୍ୱାବଲମ୍ୱୀ ହେବାକୁ ପ୍ରେରଣା ଦେଇଥିଲା ବୋଲି କହିବା ସହ ଏହି ନାଟକ ବର୍ତ୍ତମାନ ଓ ଆଗାମୀ ପିଢୀକୁ ଗାନ୍ଧୀଙ୍କ ଦର୍ଶନର ବାର୍ତ୍ତା ପ୍ରଦାନରେ ସହାୟକ ହେବ ବୋଲି ଶ୍ରୀମତୀ ଦାସ ଆଶାବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଳ୍ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଓ ଅଧ୍ୟାପକ ଦାମୋଦର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂଣ୍ୟ ଉକôଳର ଅଧ୍ୟକ୍ଷ ମନୋରଂଜନ ମହାପାତ୍ର ଗାନ୍ଧିଜୀଙ୍କ ଜୀବନାଦର୍ଶନ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ବିଶାଲ ସିଂ, ସୂଚନା ଓ ଲୋକ ସଂପର୍କ ତଥା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, ସାମ୍ୱାଦିକ ହରିହର ସ୍ୱାଇଁ ସମାଜସେବୀ ଉପାସନା ରାଓ, ପୂଣ୍ୟ ଊକôଳର ସଭାପତି ତାପସ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ନିଦେ୍ର୍ଦଶକ ନରୋତ୍ତମ ପରିଡାଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଜିଲ୍ଳ୍ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର , କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଳାପାଳ (ରାଜସ୍ୱ) ଶ୍ରୀ ମଲ୍ଲିକ, ଜିଲ୍ଳ୍ା ସଂସ୍କୃତି ପରିଷଦର ସଦସ୍ୟଙ୍କ ସହ ସଂଖ୍ୟାଧିକ ବ୍ୟକ୍ତି ଏହି ନାଟକକୁ ଅବଲୋକନ କରିଥିଲେ । ନାଟକର ଉପସ୍ଥାପନା, ନିଦେ୍ର୍ଦଶନା, କଳାକାର ମାନଙ୍କ ଅଭିନୟ, ଆଲୋକ, ଶବ୍ଦ, ଓ ପରିପାଟୀ ବ୍ୟବସ୍ଥାକୁ ଉପସ୍ଥିତ ଶହ ଶହ ଦର୍ଶକ ଭୂୟସୀ ପ୍ରଶଂସା କରିଥିଲେ । ଓଡିଶା ସଂଗୀତ ନାଟକ ଏକାଡେମୀର ଏଭଳି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ ।

Related Posts

About The Author

Add Comment