ଗାଧୋଇବାକୁ ଯାଇ ନଦୀରେ ବୁଡିଗଲା ଶିଶୁ, ଜାଲ ସାହାଯ୍ୟରେ ଉଦ୍ଧାର ହେଲା ମୃତଦେହ

Spread the love

ଯାଜପୁର ଟାଉନ, ୩୦/୧୧ (ସନ୍ଧାନ ନିୟୁଜ୍): ନଦିରେ ବୁଡ଼ି ନାବାଳକ ମୃତ । ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ । ମୃତକ ହେଲେ ସେହି ଗ୍ରାମର ଶରତ କୁମାର ଦାସଙ୍କ ପୁତ୍ର ପିନାକୀ ରଜଂନ ଦାସ । ପିନାକୀ ସାଙ୍କ ମାନଙ୍କ ସହିତ ଖରତ୍ସୋତା ନଦୀକୁ ଗାଧୋଇବାକୁ ଯାଇ ନଦିରେ ବୁଡ଼ିଯାଇଥିଲେ । ଖବର ପାଇ ପରିବାର ଓ ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରି ଜାଲ ସାହାଯ୍ୟରେ ପାଣିରୁ ଉଦ୍ଧାରକରି ଯାଜପୁର ମୁଖ୍ୟଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଚଂଳରେ ଶୋକାକୃଳ ପରିବେଶ ସୃଷ୍ଟିହୋଇଛି । ପିନାକୀ ଗୋପାଳପୁର ଉ.ପ୍ରା ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ର ।

Related Posts

About The Author

Add Comment