ଗାଧୁଆ ଘାଟ ନିର୍ମାଣ ରେ ଅନିୟମିତତା,ଉପଯୁକ୍ତ କାର୍ଯନୁଷ୍ଠାନ ଗ୍ରହଣ କରିବାକୁ ଦାବି

Spread the love

ସୁନ୍ଦରଗଡ, ୧୭ ୬/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ଲେଫ୍ରିପଡା ବ୍ଲକ ଅନ୍ତର୍ଗତ କୁଲାବିରା ପଞ୍ଚାୟତ ର ବିଲମ ଡିହିରେ ଗାଧୁଆ ଘାଟ ପାଇଁ ଅଭିଯୋଗ ହୋଇଛି ।ସୂଚନା ଅନୁସାରେ ପ୍ରଥମେ କାର୍ଯ୍ୟର ସୂଚନା ଫଳ ପାଇବା ପରେ କାର୍ଯ୍ୟ କରାଯିବା କଥା ମାତ୍ର ଏଥିରେ ଅନିୟମିତତା ଦେଖାଦେଇଛି ।ଠିକାଦାର ଗ୍ରାମବାସୀଙ୍କ କଥା ନ ଶୁଣି ନିଜ ମନ ମୁତାବକ କାର୍ଯ୍ୟ ଚଳାଇଛନ୍ତି ।  ଉକ୍ତ କାର୍ଯ୍ୟରେ ନିମ୍ନ ମାନର ବାଲି ବ୍ୟବହୃତ ହେଉଥିବା ସୂଚନା ମିଳିଛି ତା ସହିତ ଉପଯୁକ୍ତ ପରିମାଣରେ ବାଲି ଓ ସିମେଣ୍ଟର ମିଶ୍ରଣ ନ ହେଉଥିବା ଅଭିଯୋଗ ହୋଇଛି । ବ୍ୟବହୃତ ବାଲି ସ୍ୱଚ୍ଛ ନ ଥାଇ କୋଉ ନାଳ ନର୍ଦମାରୁ ଆଣିଥିବାର ଜଣାପଡୁଥିବାର ଅଭିଯୋଗ ଆସୁଛି । ଏହି କାର୍ଯ୍ୟର ବ୍ୟୟ ଅଟକଳ ର ଚିହ୍ନଟ କରାଯାଉ ନାହିଁ ଯାହାଦ୍ୱାରା ଗ୍ରାମବାସୀ ଜାଣିପାରୁନାହାନ୍ତି ଯେ ଏହା କୋଉ ପାଣ୍ଠିର ଅନୁଦାନରୁ କାର୍ଯ୍ୟ କରାଯାଉଛି । ଏହାର ତଦନ୍ତ କରିବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Related Posts

About The Author

Add Comment