ଜେନାପୁର,୧୬/୧୦ (ସନ୍ଧାନ ନ୍ୟୁଜ): ବୁଧବାର ସନ୍ଧ୍ୟାରେ ଜେନାପୁର ପୋଲିସ ଗାଡ଼ି ଚେକିଂ କରୁଥିବା ସମୟରେ ଜଣେ ଯୁବକଙ୍କ ଦ୍ୱାରା ଆକ୍ରମଣ ହୋଇଥିବା ଅଭିଯୋଗ ରେ ଗିରଫ ହୋଇଛି। ଗିରଫ ଯୁବକ ଜଣକ ହେଲେ ଏହି ଥାନା ଅନ୍ତର୍ଗତ ଷେଣ୍ଢପୁର ଗ୍ରାମର ଦାମୋଦର ଭାରତୀଙ୍କ ପୁଅ ଆଲୋକ ଭାରତୀ (୨୮) ବୋଲି ଜଣାପଡିଛି। ପୋଲିସ ସୂଚନା ମୁତାବକ ବୁଧବାର ସନ୍ଧ୍ୟାରେ ଜେନାପୁର ପୋଲିସ ଜେନାପୁର ବ୍ରିଜ ନିକଟରେ ଗାଡ଼ି ଚେକିଂ କରା ଯାଉଥିଲା। ଏହି ସମୟରେ ଆଲୋକ ପୋଲିସ କୁ ଚେକିଂରେ ଅସହଯୋଗ କରି ଗାଳି ଗୁଳଜ କରିଥିଲା। ଏହା ପରେ ପୋଲିସ ସହିତ ବିଭିନ୍ନ ଯୁକ୍ତିତର୍କ କରି ଅସଭ୍ୟ ଭାଷାରେ ଗାଳି କରିବା ସହିତ ଟେକା ପଥର ଧରି ଆକ୍ରମଣ ଉଦ୍ୟମ କରିଥିଲା। ପୋଲିସ ତାକୁ କାବୁ କରି ଜେନାପୁର ଥାନା କେସ ନମ୍ବର ୩୬୪/୨୫ ରେ ଏକ ମାମଲା ରୁଜ୍ଜୁ କରି ବିଏନଏସ୍ ଧାରା ୧୨୬(୨),୨୯୬,୧୧୫(୨),୧୨୧(୧),୧୩୨/୧୦୯(୧),୧୨୫,୩୫୧(୨),୩(୫)ରେ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି
ଗାଡ଼ି ଚେକିଂ ବେଳେ ଜେନାପୁର ପୋଲିସକୁ ଆକ୍ରମଣ। ଜଣେ ଗିରଫ।
|
October 17, 2025 |



