ଭୁବନେଶ୍ୱର/ରାଉରକେଲା,୨୬/୧୨ (ସନ୍ଧାନ ନିୟୁଜ) : କମ୍ ବୟସ୍କ ଛାତ୍ରଛାତ୍ରୀଙ୍କୁ ଗାଡ଼ିଚଢି ସ୍କୁଲକୁ ଆସିବା ମନା। ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଏନେଇ ଉପନିର୍ଦ୍ଦେଶକ ରାଜ୍ୟର ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଚିଠି ଲେଖିଛନ୍ତି। ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଏହାକୁ କଡ଼ାକଡ଼ି ପାଳନ କରିବା ସହିତ ଯେପରି ଛାତ୍ରଛାତ୍ରୀମାନେ ଏଦିଗରେ ସଚେତନ ହେବେ ଚିଠିରେ ଉଲ୍ଲେଖ କରାଯାଇଛି।
ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଜାରି କରିଥିବା ନିର୍ଦ୍ଦେଶନାମାରେ ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ ମୋଟରଚାଳିତ ଗାଡ଼ି ନ ଚଲାଇବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସ୍କୁଲ ବସ୍ ନୀତିକୁ ମଧ୍ୟ କଡାକଡି ପାଳନ କରିବାକୁ କୁହାଯାଇଛି। ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଆଣିବା ପାଇଁ ବ୍ୟବାହର ହେଉଥିବା ୩ ଚକିଆ ଗାଡି ଯେଭଳି କ୍ଷମତାଠାରୁ ଅଧିକ ପରିବହନ ନ କରିବେ ସେ ଦିଗରେ ଦୃଷ୍ଟି ଦେବାକୁ ଚିଠିରେ କୁହାଯାଇଛି।