ଗାଙ୍ଗପୁରର ଗଡ ଗାଁ କେବଳ ନାଆଁ ରେ ରହିଯାଇଛି , ରାଜ୍ୟ ତଥା କେନ୍ଦ୍ର ଯୋଜନାରୁ ବଞ୍ଚିତ

Spread the love

ସୁନ୍ଦରଗଡ ତା:୧୮/୭/୨୦୨୫( ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ସୁନ୍ଦରଗଡର ଗାଙ୍ଗପୁରର ଗଡ ରାଜାଙ୍କର ଗଡ ବିଗତ ଦିନରେ କୁହାଯାଉଥିବା ବେଳେ ଆଜି ଦୟନୀୟ ସ୍ଥିତିରେ ।କୁହାଯାଏ ରାଜାଙ୍କ ବାସଲ୍ୟ ରେ ପ୍ରଜା ହସଖୁସିରେ ଦିନ କାଟୁଥିଲେ । ନିକର ଅସୁବିଧା ରାଜାଙ୍କୁ ଜନାଇଲାପରେ ତାର ସୁବିଧା ବିନା ଅସୁବିଧାରେ ପାଇପାରୁଥିଲେ । ହସ ଖୁସିରେ କାଟୁଥିଲା ପ୍ରଜାଙ୍କ ଜୀବନ ।ହେଲେ ନାହିଁ ଆଉ ରାଜା କି ରାଜାଙ୍କ ରାଜୁତି । ରାଜାଙ୍କ ରାଜୁତି ଅମଳରେ ଏହି ଗ୍ରାମ ନାମରେ ପୁରା ରାଜ୍ୟ କୁ ନାମିତ କରାଯାଇଥିଲା ।ଏହା ଥିଲା ସବଡେଗା ବ୍ଲକ ଅନ୍ତର୍ଗତ କୁକୁରି ଡିହି ପଞ୍ଚାୟତର ରାଜସ୍ବ ଗ୍ରାମ ଗାଙ୍ଗପୁରର ଗଡ ଗ୍ରାମ ।ସୂଚନା ମୁତାବକଏହି ଗ୍ରାମର ଜନସଂଖ୍ୟା ୧୦୦୦ ପାଖାପାଖି ।ଏହି ଗ୍ରାମରେ ରହିଛି ପାଞ୍ଚଟି ୱାଡ ତୁରିପଡ଼ା, କାଇସ ଜୋର୍, କିର୍ମାଦାଣ୍ଡ ଓ ଗାଙ୍ଗପୁରର ଗଡ ବସ୍ତି । ଏହି ଗ୍ରାମରେ ଆଦିବାସୀ,ହରିଜନ,କେଉଟ,ଖଡିଆ,ମୁଣ୍ଡା,ଖ୍ରୀଷ୍ଟିଆନ, ଗୌଡ,ଭୂୟାଁ ସହିତ ଆଉ ଅନେକ ସମ୍ପ୍ରଦାୟର ଲୋକ ବସବାସ କରନ୍ତି ।ଗାଁ ରେ ଏବେ ମଧ୍ୟ ରହିଛନ୍ତି ରାଜାଙ୍କ ଖମାରୀଙ୍କ ବଂଶଜ ଓ ସେମାନେ ଏବେ ମଧ୍ୟ ରାଜାଙ୍କ ରହିଥିବା ୨୧ ରୁ ୨୨ଏକର ଜମି ଖଜଣା ଆଦାୟ କରନ୍ତି ।ସୂଚନା ଅନୁସାରେ ରାଜା ଉଦିତ ଶେଖର ଦେଓ ଙ୍କ ଦେହାନ୍ତ ପରେ ତାଙ୍କ ପୁଅ ହରଗେନ୍ଦ୍ର ଶେଖର ଦେଓ ଗାଁ ର ସମସ୍ତ କଥା ବୁଝୁଥିଲେ ।ରାଜାଙ୍କ ଅମଳରେ ବେଶ ହସଖୁସିରେ ଅତିବାହିତ କରିଥିଲେ ଗ୍ରାମର ଲୋକେ ହେଲେ ଏବେ ପ୍ରଶାସନର ନଜର ପଡିବା ପରେ ହଜି ଯାଇଛି ଏହି ଗ୍ରାମ । ରାଜ୍ୟ ସରକାରଙ୍କ ଅନେକ ଯୋଜନାରେ ଗ୍ରାମାଞ୍ଚଳ ରୂପରେଖ ବଦଳୁଛି ହେଲେ ଏହି ଗ୍ରାମ ଏବେ ମଧ୍ୟ ଅବହେଳିତ ।ଗାଁ କୁ ଯିବାକୁ ଭଲ ରାସ୍ତା ନ ଥିବା ବେଳେ ପାନୀୟ ଜଳ ପାଇଁ ରହିଛି ତିନୋଟି ନଳକୂପ ହେଲେ ସେଥିରୁ ଗୋଟିଏ କାର୍ଯ୍ୟ କରୁଥିବା ସୂଚନା ରହିଛି । ଏହି ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ନ ଥିବା ବେଳେ ନିକଟରେ ଥିବା ସବଡେଗା ସ୍ବାସ୍ଥ୍ୟ କେନ୍ଦ୍ର୧୪ କିଲୋମିଟର ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୩୫ କିଲୋମିଟର ଦୂରତା ରହିଛି ।ଅନେକ ଥର ସ୍ଥାନୀୟ ବ୍ଲକ ଅଧିକାରୀ ସହିତ ଜିଲ୍ଲା ପ୍ରଶାସନ ଓ ବିଧାୟକଙ୍କୁ ଅବଗତ କଳା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ଫଳ ମିଳିପାରି ନାହିଁ ।ଗ୍ରାମ ଲୋକଙ୍କ ସୂଚନା ଅନୁସାରେ ନିର୍ବାଚନ ସମୟରେ ଅନେକ ମନଲୋଭା ପ୍ରଲୋଭନ ଦେଖାଇ କାମ ହାଟେଇନେଇ ଥାନ୍ତି । ଏହି ଜନ ପ୍ରତିନିଧିଙ୍କ କଥାକୁ ଏନେଇ ବସିଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନାରେ ପ୍ରତ୍ୟେକ ଗ୍ରାମର ଭାଗ୍ୟ ବଦଳୁଥିବା ବେଳେ ଏହି ଗ୍ରାମର ଭାଗ୍ୟ କେବେ ବଦଳିବ ତାହା ଦେଖିବାକୁ ବାକି ରହିଛି ।

Related Posts

About The Author

Add Comment