ଯାଜପୁର, 04/02/2021 (ସନ୍ଧାନ ନିଉଜ) ଦିନକୁ ଦିନକୁ ବଢି ଚାଲିଛି ଯାଜପୁର ଅପରାଧ ,କେବେ ଦେଖିବାକୁ ମିଳୁଛି ମୁଣ୍ଡ ବିହୀନ ଶବ ତ ଆଉ କେତେବେଳେ କଟା ହାତ ପାପୁଲି।ସୂଚନା ଥାଉ କି ଆଜି ଭୋର ୫.୩୦ ସମୟରେ ଉଚ୍ଚବ ବେହେରା ଙ୍କ ବଡ଼ ପୁଅ ସୁବାସ ଶୌଚ ହେବାକୁ ଯିବା ବେଳେ ହଟାତ ଏକ କଟା ହାତର ପାପୁଲି ପଡିଥିବାର ଦେଖି ଭୟଵିତ ହୋଇଗଲେ।ପରେ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ।ଏବଂ ସଂଗେ ସଂଗେ ଗ୍ରାମବାସୀଙ୍କୁ ଡାକିଥିଲେ ।ଫଳରେ କଟା ପାପୁଲି କୁ ଦେଖିବା ପାଇଁ ଭିଡ଼ ଜମିଯାଇଥିଲା।ତେବେ ସେହି କଟା ହାତକୁ ଦେଖି ଗାଁ ରେ ଭୟ ସୃଷ୍ଟି ହୋଇଥିଲା ।ପରେ କୁଆଖିଆ ଥାନାକୁ ଖବର ଦେଇଥିଲେ ଗ୍ରାମବାସୀ ।ଖବର ପାଇ କୁଆଖିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।କିଛି ଲୋକ ଏହାକୁ କେହି ଦୁର୍ବୁତ ପକେଇଥିବା କହୁଥିବା ବେଳେ ଆଉ କିଛି କୁକୁର ଆଣି ପକାଇ ଥିବାର କହୁଛନ୍ତି ବୋଲି ଶୁଣିବାକୁ ମିଳୁଛି।ତେବେ ପୋଲିସ ଏହାର ସଠିକ ତଦନ୍ତ କରିଲେ ପ୍ରକୁତ ଘଟଣା ପଦାକୁ ଆସିବ।
ଗାଁ ମଝିରୁ ମିଳିଲା କଟା ପାପୁଲି, କାହାର , କିଏ ଆଣି ପକାଇଛି ? ଲୋକ ଙ୍କ ମଧ୍ୟରେ ଛନକା
|
February 4, 2021 |
