ଗତକାଲି ପାରାଦୀପ ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲରେ ‘ଜମ୍ବୋ ଜାହାଜ’ ପହଞ୍ଚିଛି

Spread the love

ବାରିପଦା, ୩୧.୦୧.୨୦୨୧(ସନ୍ଧାନ ନିଉଜ୍):- ଏଲ୍‌ ଆଣ୍ଡ୍‌ ଟି ମୋଡ୍ୟୁଲାର ଫେବ୍ରିକେସନ୍‌ ଫ୍ୟାସିଲିଟି ଦ୍ୱାରା ପ୍ରସ୍ତୁତ ୩୫୨୨ ମେଟ୍ରିକ ଟନ୍‌ ବିଶିଷ୍ଟ ସୁପର କ୍ରିଟିକାଲ ଓଡିସି ଗତକାଲି ପାରାଦୀପ ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲରେ ପହଞ୍ଚିଛି । ୧୯ ତାରଖରେ ଏହି କଣ୍ଟେନର ଆଦାନୀ ପୋର୍ଟ ହାଜିରାରୁ ବାହାରିଥିଲା । ଏହି ସୁପର କ୍ରିଟିକାଲ ଓଡିସି ଏଠାରେ ପହଞ୍ଚିବା ପରେ ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତାକା ଦେଖାଇ ସ୍ୱାଗତ କରିଥିଲେ । ଏହି ଅବସରରେ ଇଣ୍ଡିଆନ୍‌ ଅଏଲର ଚେୟାରମ୍ୟାନ ଏସ୍‌ ଏମ୍‌ ବୈଦ୍ୟ ଏବଂ ଏଆଣ୍ଡଟିର ସିଇଓ ତଥା ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଏସ୍‌ ଏନ୍‌ ସୁବ୍ରମଣ୍ୟନ୍‌ ଉପସ୍ଥିତ ଥିଲେ । ପାରାଦୀପ ରିଫାଇନରୀର ଏକଜିକ୍ୟୁଟିଭ୍‌ ଡାଇରେକ୍ଟର ତଥା ରିଫାଇନରୀ ମୁଖ୍ୟ ଶ୍ରୀ ଟିଡିଭିଏସ୍‌ ଗୋପାଳକ୍ରିଷ୍ଣ ମଧ୍ୟ ପତାକା ଦେଖାଇ ଏହି କନସାଇନ୍‌ମେଣ୍ଟ କଣ୍ଟେନରକୁ ପିଆଇସିଟି ଟର୍ମିନାଲ୍‌ରେ ସ୍ୱାଗତ କରିଥିଲେ । ତାଙ୍କ ସହିତ ରିଫାଇନରୀର ଏକଜିକ୍ୟୁଟିଭ୍‌ ଡାଇରେକ୍ଟର ଶ୍ରୀ ଭି ଏସ୍‌ ଜୈନ, ଶ୍ରୀ ଏନ ଆର କୁଲକର୍ଣ୍ଣି, ଭାଇସପ୍ରେସିଡେଣ୍ଟ ଏଲ ଆଣ୍ଡ ଟି ତଥା ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।ଏହି ଓଡିସି ସହିତ ଏକ ଇଓ ରିଆକ୍ଟର ଏବଂ ଏକ ୱାସ୍‌ ଟାୱାର ରହିଛି । ଏହି ଉପକରଣ ଗୁଡିକ ପ୍ରକ୍ରିୟାକରଣ, ଉତ୍ପାଦନ ଏବଂ ପରିବହନ କ୍ଷେତ୍ରରେ ପାରଦର୍ଶିତାର ସହ କାର୍ଯ୍ୟ କରିବ । ୧୧୫୭ ମେଟିକ୍‌ ଟନ୍‌ ଓଜନ ବିଶିଷ୍ଟ ଏହି ଇଓ ରିଆକ୍ଟରରେ ୨୨ ହଜାର ୧୪୨ଟି ଏସଏସ ଡୁପ୍ଲେକ୍ସ ଟ୍ୟୁବ୍ସ ରହିଛି ଏବଂ ଏହା ଏଲଆଣ୍ଡଟି ଦ୍ୱାରା ପ୍ରସ୍ତୁତ ଦ୍ୱିତୀୟ ବୃହତ୍ତ ଉପକରଣ ଅଟେ । ଏହା ସହିତ ଡିଥିଲେନିଜର ଯାହାକି ୬୨୦ ମେଟ୍ରିକ୍‌ ଟନ ଓଜନ ବିଶିଷ୍ଟ ଏବଂ ୯୧ ମିଟର ଲମ୍ବର ଅଛି, ତେଣୁ ଏହା ଏହି ପ୍ରକଳ୍ପ ପାଇଁ ସର୍ବାଧିକ ବୃହତ୍ତ ଉପକରଣ ଭାବେ କାର୍ଯ୍ୟ କରିବ ।

Related Posts

About The Author

Add Comment