ଗଣ୍ଡଗୋଳ, ଉଭୟ ପକ୍ଷରୁ ଏତଲା; ୯ ଜଣଙ୍କ ନାମରେ ମାମଲା ରୁଜୁ
ଗଣ୍ଡଗୋଳ, ଉଭୟ ପକ୍ଷରୁ ଏତଲା; ୯ ଜଣଙ୍କ ନାମରେ ମାମଲା ରୁଜୁ
Sandhan News |
June 17, 2019 |
ଭଦ୍ରକ/ତିହିଡି:୧୭/୬ (ସନ୍ଧାନ ନିଉଜ) ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ନନ୍ଦପୁର ବଜାରରେ ଗଣ୍ଡଗୋଳର ପିଛା ଛାଡୁନି । ବରଷକ ବାର ମାସ ମଧ୍ୟରେ ଏଠାରେ ମାତ୍ରାଧିକ ରାଜନୈତିକ ଗଣ୍ଡଗୋଳ ହେଉଥିବାର ବାରି ହୋଇଛି । ଗତ ୧୩ ତାରିଖରେ ପ୍ରଦିପ ଜେନା ନାମକ ଜଣେ ଯୁବକ ସ୍ଥାନୀୟ ଟୁଟୁ ନନା ପାନ ଦୋକାନରେ ଥିବାବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେଡି କାର୍ଯ୍ୟକାରୀ ସଭାପତି ହଠାତ୍ ତାଙ୍କ କଲର ଧରି ଗାଳି ଗୁଲଜ କରିଥିଲେ । ପ୍ରଦିପ ଏହାର ପ୍ରତିବାଦ କରିବାରୁ ଶ୍ରୀ ଭୋଇ ତାଙ୍କୁ ମାଡ ମାରିଥିଲେ । ପରେ ସୂର୍ଯ୍ୟକାନ୍ତ ଭୋଇ, ଅଲେଖ ମହାପାତ୍ର, ମାନସ ସାହୁ, ମାୟାଧର ପୁହାଣ ପ୍ରମୁଖ ବାଡି, ଠେଙ୍ଗା ଓ ଭୁଜାଲୀ ସାହାଯ୍ୟରେ ପ୍ରଦିପଙ୍କୁ ଆକ୍ରମଣ କରିବା ସହ ସାର୍ଟ ଚିରି ନଗଦ୍ ଟଙ୍କା ଲୁଟି ନେଇଥିବା ଏତାଲାରେ ଦର୍ଶାଯାଇଛି । ଏନେଇ ଥାନାରେ ଏକ ମାମଲା ୨୬୦/୧୯, ଦଫା ୩୪୧, ୨୯୪, ୩୨୩, ୩୭୯ ଓ ୩୪ ଆଇପିସି ରୁଜୁ ହୋଇଛି । ଅନ୍ୟପଟେ ଜନୈକ ମହିଳାଙ୍କ ଏତଲା ମୁଳେ ଥାନାରେ ଏକ ପାଲଟା ମାମଲା ୨୬୧/୧୯, ଦଫା ୩୪୧, ୨୯୪, ୩୨୩, ୩୫୪(ବି) ଓ ୩୪ ଆଇପିସି ରୁଜୁ ହୋଇଛି । ମହିଳାଙ୍କର ନନ୍ଦପୁର ବଜାରରେ ଏକ ଦୋକାନ ଅଛି । ୨୦ ବର୍ଷ ତଳେ ସରୋଜ ନାୟକ ତାଙ୍କ ଠାରୁ ୪୦ ହଜାର ଟଙ୍କା ନେଇଥିଲେ । ତନ୍ମଧ୍ୟରୁ ୨୫ ହଜାର ଟଙ୍କା ଫେରାଇ ଥିବା ବେଳେ ଚଳିତ ମାସ ୧୧ ତାରିଖରେ ବାକି ଟଙ୍କା ମାଗିବାରୁ ମହିଳାଙ୍କୁ ସରୋଜଙ୍କ ସହ ପ୍ରମୋଦ ନାୟକ, ସୌମ୍ୟରଞ୍ଜନ ଭୋଇ ଓ ପ୍ରଦିପ ଭୋଇ ପ୍ରମୁଖ ଗାଳି ଗୁଲଜ କରିବା ସହ ଧକ୍କାମାରି ତାଙ୍କ ଶାଢୀ ଟଣା ଓଟରା କରିଥିବା ଏତଲାରେ ଦର୍ଶାଯାଇଛି ।
Report- Ramesh Nayak, Bhadrak
Related Posts
About The Author