ଯାଜପୁର,୨୭/୦୧(ସନ୍ଧାନ ନ୍ୟୁଜ୍) : ଗଣତନ୍ତ୍ରର ସଫଳ ରୂପାୟନ ଏବଂ ସାମଗ୍ରିକ ବିକାଶ ପାଇଁ ସୁଯୋଗ୍ୟ ଜନପ୍ରତିନିଧି ଅତ୍ୟାବଶୀକ । ବ୍ୟକ୍ତିତ୍ୱ, ଚରିତ୍ର, ଦକ୍ଷତା ଜଣେ ଜନପ୍ରତିନିଧିର ଅସଲ ଯୋଗ୍ୟତା । ଗଣତନ୍ତ୍ରର ସୁରକ୍ଷା ପାଇଁ ଭଲ ଲୋକଙ୍କୁ ନିର୍ବାଚିତ କରିବାକୁ ୭୫ ତମ ଗଣତନ୍ତ୍ର ଦିବସରେ ଧର୍ମଶାଳାରେ ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତୋଳନ କରି ସଂଗ୍ରାମୀ ଯୁବନେତା ସତୀଶ ବିଶ୍ୱାଳ ଆହ୍ୱାନ ଦେଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ଓ ରସୁଲପୁର ବ୍ଳକର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତୋଳନ କରି ସତୀଶ କହିଛନ୍ତି ଯେ, ଗଣତନ୍ତ୍ର ଦିବସରେ ଗଣତନ୍ତ୍ରର ସଫଳତା ପାଇଁ ସାଧାରଣ ଜନତା ସଂକଳ୍ପ ନିଅନ୍ତୁ । ଗଣତନ୍ତ୍ରର ଆତ୍ମା ହେଉଛନ୍ତି ସାଧାରଣ ଜନତା । ସାଧାରଣ ଜନତା ନିଷ୍ଠାପର ହୋଇ ଭଲ ଲୋକଙ୍କୁ ଜନପ୍ରତିନିଧି ଭାବେ ନିର୍ବାଚିତ କଲେ ଗଣତନ୍ତ୍ରର ସଫଳ ରୂପାୟନ ହେବ । ରାଜନୀତିକୁ ଏକ ବ୍ୟବସାୟ ମନେକରି ରାଜନୀତିରେ ପ୍ରବେଶ କରୁଥିବା ନେତାମାନେ ଗଣତନ୍ତ୍ର ପାଇଁ ବିପଦ ହୋଇଛନ୍ତି । ବାସ୍ତବରେ ରାଜନୀତି ହେଉଛି ସେବା ସର୍ବସ୍ୱ । ଲୋକସେବା କରିବାକୁ ରାଜନୀତିରେ ପ୍ରବେଶ କରୁଥିବା କେହି ନେତା ଅନ୍ୟ କିଛି କରିବା ସମ୍ବବ ନୁହେଁ । ସ୍ୱାଧୀନତା ପାଇବା ପାଇଁ ଦେଶର ବହୁ ସଂଗ୍ରାମୀ ନିଜର ଜୀବନ ଦେଇଛନ୍ତି । ହେଲେ ଭଲ ଲୋକ ରାଜନୀତିରୁ ଦୂରେଇ ରହିବା ଏବଂ ରାଜନୀତିର ବ୍ୟବସାୟୀ କରଣ କରୁଥିବା ନେତା ମାନେ ଜନପ୍ରତିନିଧି ହେଉଥିବାରୁ ଦେଶର ସ୍ୱାଧୀନତାର ମୂଳ ଲକ୍ଷର ବିପନ୍ନ ହେଉଛି । ଦୀର୍ଘବର୍ଷ ଧରି ଧର୍ମଶାଳାରେ ପରିବାରବାଦ ଶାସନରେ ରାଜନୀତିର ସଂପୂର୍ଣ୍ଣ ବ୍ୟବସାୟୀ କରଣ ହୋଇ ଯାଇଛି । ଧର୍ମଶାଳାରେ ଗଣତନ୍ତ୍ରର ବିଜୟ ପାଇଁ ୨୦୨୪ ରେ ଲୋକେ ଲଢିବେ । ଏହି ଲଢେଇରେ ପରିବାରବାଦ ଏବଂ ଠିକାଦାର ରାଜନୀତିର ଶେଷ ହେବ । ଧର୍ମଶାଳାର ପଟୁଣିଆ, ଜେନାପୁର, ରସୁଲପୁର ବ୍ଲକର ସିଙ୍ଗାପୁର ପ୍ରଭୃତି ସ୍ଥାନରେ ସତୀଶ ଜାତୀୟ ପତାକା ଉତୋଳନ କରିଥିଲେ । ଏହି ଅବସରରେ ସର୍ବକନିଷ୍ଠ ସହିଦ ବାଜି ରାଉତ, ସିଙ୍ଗାପୁରର ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ସ୍ୱର୍ଗତ ଭଗବାନ ରଥଙ୍କ ପ୍ରତିଭୂର୍ତିରେ ସତୀଶ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଗଣତନ୍ତ୍ରର ସୁରକ୍ଷା ପାଇଁ ଭଲଲୋକଙ୍କୁ ନିର୍ବାଚିତ କର- ସତୀଶ ବିଶ୍ୱାଳ
|
January 28, 2024 |



