ବାଲିଗୁଡା,୧୯/୩/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ଗଞ୍ଜେଇ ଚାଲାଣ ବେଳେ ବାଲିଗୁଡା ପୋଲିସ ଚଢଉ କରି ୩୫ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଜଣକୁ ଗିରଫ କରିବା ସହ ଏକ ହୋଣ୍ଡା ଆମାଜି କାର ନଂ. ଓଡି-୦୨-କ୍ୟୁ-୭୫୮୭ କୁ ମଧ୍ୟ ଜବତ କରିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଗାଙ୍ଗପୁର ଗ୍ରାମର ସତ୍ୟଜିତ ପାଣିଗ୍ରାହୀ ବୋଲି ପୋଲିସ କହିଛି l ଏ ନେଇ ବାଲିଗୁଡା ପୋଲିସ କେଶ ନଂ.୭୪/୨୩ ପ୍ରକାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ବାବାଶଙ୍କର ସରାଫ ସୂଚନା ଦେଇଛନ୍ତି ।
ଗଞ୍ଜେଇ ଚାଲାଣ ବେଳେ ଜବତ: କାର ସହ ଜଣେ ଗିରଫ
|
March 21, 2023 |
![](https://sandhannews.com/wp-content/uploads/2023/03/IMG_20230319_195144.jpg)