ଗଞ୍ଜାମ: ଯୁବକଙ୍କୁ ନିର୍ମମ ହତ୍ୟା
ଗଞ୍ଜାମ ୧୯/୫ (ସନ୍ଧାନ ନିୟୁଜ) ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡ଼ି ଗାଁରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଦୀନବନ୍ଧୁ ସ୍ୱାଇଁ। ଗତ ୫ଦିନ ତଳେ ସେ ବିବାହ କରିଥିଲେ। ଗତକାଲି ସନ୍ଧ୍ୟାରେ ସେ ପୋଖରୀକୁ ଗାଧୋଇବା ପାଇଁ ଯାଉଥିବା ବେଳେ ମୁଖା ପିନ୍ଧା ୩ଜଣ ବ୍ୟକ୍ତି ଆସି ତାଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ। ଏହାପରେ ଆଉ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ।ଦୀନବନ୍ଧୁଙ୍କ ଦାଦା ପୁଅ ଭାଇମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ସେମାନଙ୍କ ମଧ୍ୟରେ ଜମିଜମା ବିବାଦ ନେଇ ଶତ୍ରୁତା ରହିଥିଲା। ଜଗନ୍ନାଥପ୍ରସାଦ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରୁଛି। ହତ୍ୟାକାରୀମାନେ ଫେରାର୍ ଥିବା ଜଣାପଡ଼ିଛି।

Related Posts
About The Author