ବାରିପଦା, 29/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ମୟୂରଭଞ୍ଜ ଜିଲ୍ଲାରେ ବର୍ଷ ସାରା ହାତୀ ଉତ୍ପାତ ଜାରି ରହିଛି । ତବେ ବର୍ତ୍ତମାନ ସମୟରେ କ୍ଷେତରେ ଧାନ ପାଚିବା ଆରମ୍ଭ ହୋଇଥିବାରୁ ଜଙ୍ଗଲୀ ହାତୀ ଏବେ ଧାନ କ୍ଷେତ ମୁହାଁ ହେବା ସହିତ ଅଧିକରୁ ଅଧିକ ଉତ୍ପାତ ଆରମ୍ଭ କରିଛନ୍ତି । ନିକଟରେ ରାସଗୋବିନ୍ଦପୁର ରେଞ୍ଜରେ ହାତୀ ଆକ୍ରମଣରେ ୨ଜଣଙ୍କର ଜୀବନ ଯାଇଥିଲା ବଳେ ଜଣେ ଅଳ୍ପକେ ବର୍ତ୍ତି ଯାଇ ଥିଲେ ସୁଦ୍ଧା ଗୁରୁତର ଆହତ ହୋଇଥିଲେ । ଫଳରେ ଚାଷୀ ଆତଙ୍କିତ ହୋଇ ପଡିଛନ୍ତି । ସେପ୍ଟେମ୍ବର ମାସ ବର୍ଷା ବିତ୍ପାତରେ ଧାନ ଫସଲ ଭୟଙ୍କର ଭାବେ ନଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ଧାନ ଅମଳ ବେଳକୁ ପୁଣି ଜଙ୍ଗଲୀ ହାତୀପଲଙ୍କ ଉତ୍ପାତ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି । ବିଶେଷ କରି ଶିମିଳିପାଳ ପାଦ ଦେଶରେ ଥିବା ଢାଲୁ ଅଞ୍ଚଳରେ। ଉକ୍ତ ଅଞ୍ଚଳରେ ଥିବା ଧାନ କ୍ଷେତଗୁଡିକରେଏବେ ହଳଦୀ ଗୁରୁଖୁରୁ ହୋଇ ଧାନ କେଣ୍ଡା ଲହଡି ଭାଙ୍ଗୁଛି । କତେକ ସ୍ଥାନରେ ଧାନ କଟା ଆରମ୍ଭ ହୋଇ ଯାଇଥିବା ବଳେ ଆଉ କେତେକ ସ୍ଥାନରେ ଦିନ କେଇଟା ପରେ ଚାଷୀମାନେ ତାଙ୍କ ବିଲରୁ ଧାନ ଅମଳ କରିବେ । ତେବେ ଏହି ସମୟରେ ପ୍ରତିବର୍ଷ ପରି ଶିମିଳିପାଳ ହାତୀ ସମେତ ଝାଡ଼ଖଣ୍ଡୀ ହାତୀ ଏବେ ପାଚିଲା ଧାନ ଖାଇବାକୁ ଧାନ କ୍ଷେତ ମୁହାଁ ହୋଇଥିବା ଜଣା ପଡିଛି । ପାଚିଲା ଧାନ ହାତୀଙ୍କ ପ୍ରିୟ ହୋଇଥିବାରୁ ଏବେ କ୍ଷେତ ଉପରେ ହାତୀ । ପଲଙ୍କ ନଜର ରହିଛି । ହାତୀ ଧାନ ଖାଇବା ସହ ମାଡି ଦଳି କୁଇ ଅଧିକ ସଂଖ୍ୟକ ଫସଲ ନଷ୍ଟ କରୁଛନ୍ତି । ସେପଟେ ହାତୀ ପଲକୁ ଘଉଡାଇବା ପାଇଁ ନିୟମ ନ ଥିବାରୁ ବନ ବିଭାଗ କେବଳ ହାତୀପଲଙ୍କ ଗତି ବିଧ ଉପରେ ନଜର ରଖୁଛି । ସେପଟେ ନିଜ ନିଜ ଫସଲକୁ ଜଗିବା ପାଇଁ କ୍ଷେତ୍ର ନିକଟରେ ଥିବା ବଡ଼ ବଡ଼ ଗଛ ଗୁଡିକରେ ଏବେ ସ୍ଥାନୀୟ ଅଧୂସୀମାନେ ମଞ୍ଚା ବାନ୍ଧି ନିଜ ଧାନ କ୍ଷେତ ଜଗିବା ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ କେହି କେହି ଗଛ ଉପରେ ଟ୍ରି ହାଉସ ପରି ଖଟ, କନ୍ଥା, ପଲିଥିନ ଆଦି ଟାଣି ରହିବା ସହିତ ରାତିରେ ମଞ୍ଚ ଉପରେ ମଶାଲ ଧରି, ଟାୟାର ଜାଳି ବଡବଡ ଟଚ୍ଚଲାଇଟ୍ ଧରି ରାତି ତମାମ ଜଗି ରହୁଛନ୍ତି । ନିଆଁ ଦେଖୁ ହାତୀ ଭୟରେ ଧାନ କ୍ଷେତ ମୁହାଁ ନ ହେବା ପାଇଁ ଏହି ପାରମ୍ପରିକ କୌଶଳକୁ ଆଦିବାସୀମାନେ ଆପଣାଇଥାନ୍ତି । ଶିମିଳିପାଳ ପାଦ ଦେଶରେ ଥିବା ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ସପନରୁ ଆ, କୋଚିଳାଘାଟୀ, ଖସାଡି ହା, ଗୋବିନ୍ଦପୁର, ଅସନବଣି, ମୁଦ୍ରାଯୋଡି, ଛାଡ କଟା, କଳାପଥର, ବେସରପାଣି, ହରିଶୋଳ, କେନ୍ଦୁଆ, ଗୁଣ୍ଡିହୁଡି, ମହୁଲ କରକଚିଆ, ରଙ୍ଗାମାଟିଆ, ତାରାଜୁଡି, ଝିଣ୍ଡେଇ, ଜଡାପାଳ, କାକରପାଣି, ଭୋଳଗଡି ଆ, ନୂଆଗାଁ, ବଡଗୋଳ, ସାନଷୋଳ, ସୀତାକୁଣ୍ଡ, ଲୁଲୁଙ୍ଗ, ବାଲିଡି ହା ଆଦି ସ୍ଥାନରେ ଗଛ ଉପରେ ମ ବନ୍ଧା ଯାଇଛି । ଯେଉଁଠି ଚାଷୀମାନେ ତାଙ୍କ ଫସଲକୁ ଜଗିବାପାଇଁ ରାତି ଉଜାଗର ରହୁଥିବା ସେ ଅଞ୍ଚଳର ଚାଷୀ ମୋହନ ମୁର୍ମୁ ଓ ଜଟିଆ ସୋରେନ । କହିଛନ୍ତି । ସେପଟେ କପ୍ତିପଦା, କରଞ୍ଜିଆ, ଠାକୁରମୁଣ୍ଡା, ଯଶୀପୁର, ରରୁଆଁ ଶୁକୁଳି, ବାଦମ ପାହାଡ,ବାଙ୍ଗିରିପୋଷି, ରାଇରଙ୍ଗପୁର, । କୁସୁମୀ, ଗୋରୁମହିଷାଣୀ ଆଦି ଅଞ୍ଚଳରେ । ଧାନ ପାଚିବା ଆରମ୍ଭ କରିଥିବାରୁ ଶିମିଳିପାଳ ହାତୀଙ୍କ ଉପଦ୍ରବକୁ ଆଶଙ୍କା କରି ଚାଷୀମାନେ କ୍ଷେତ ଜଗିବା ଆରମ୍ଭ କରିଥିବା ଜଣା ପଡ଼ିଛି ।
ଗଛରେ ମଞ୍ଚାବାନ୍ଧି ଜଗୁଛନ୍ତି ଚାଷୀ
|
October 29, 2020 |
