ଖେଳାଳୀଙ୍କ ଦକ୍ଷତାରେ କରୋନା କଂଟା!

Spread the love

ରାଉରକେଲା, ୦୩/୦୮/୨୦୨୦ (ସନ୍ଧାନ ନିଉଜ): ମହାମାରୀ  କରୋନା ଯୋଗୁ ସମସ୍ତ କ୍ଷେତ୍ର ଯେପରି ଶିଳ୍ପ, ଶିକ୍ଷା, ଅର୍ଥନିତୀ ବହୁଳ ଭାବରେ ପ୍ରଭାବିତ ହୋଇଛି । ଏହା ବ୍ୟତିତ କରୋନାର କଳା ନଜର କ୍ରୀଡ଼ା ଉପରେ ମଧ୍ୟ ପଡ଼ିଛି । କ୍ରୀଡ଼ା ପ୍ରତିଭାଙ୍କ ଦେହରେ ଲାଗିଛି କରୋନା ଛିଟା! ଦକ୍ଷିଣ ରାଉରକେଲା ସମେତ ସାରନଗରୀ, ଜଲଦା ଆଦି ଅଂଚଳରେ ରହୁଥିବା ବହୁ ଉଦୟମାନ ଖେଳାଳୀ କ୍ରୀଡ଼ାଭ୍ୟାସ କରି ପାରୁ ନଥିବା ଯୋଗୁ ସେମାନଙ୍କ ଆଗାମୀ ଭବିଷ୍ୟତର କାର୍ଯ୍ୟପନ୍ଥା ଏକ ପ୍ରକାର ଅଧା ବାଟରେ ଅଟକି ଯାଇଛି । କରୋନା କଟକଣା ଯୋଗୁ ସାରନଗରୀ ଆରଏସପି ମିନି ଷ୍ଟାଡ଼ିୟମ, ଜଲଦା ମିନି ଷ୍ଟାଡ଼ିୟମରେ ଖେଳାଳୀ ମାନଙ୍କୁ ଦେଖିବାକୁ ମିଳୁନାହିଁ । ଏହା ବ୍ୟତୀତ ଅଂଚଳରେ ଥିବା ଛୋଟ ପଡ଼ିଆ ଗୁଡ଼ିକ ମଧ୍ୟ ଶୁନଶାନ ହୋଇ ପଡ଼ିଛି । ଲକ ଡାଉନ ଓ ସଟଡାଉନର ଚକ୍ରବ୍ୟୁହରେ ଖେଳାଳୀ ମାନେ ଧିରେ ନିଜର ଦକ୍ଷତା ହରାଇବାକୁ ବସିଲେଣି ବୋଲି କ୍ରୀଡ଼ାବିତଙ୍କ ମହଲରେ ଆଲୋଚନା ହେଉଛି । କରୋନା କାଳରେ କୌଣସି କ୍ରିକେଟ ମ୍ୟାଚ, ଫୁଟବଲ ମ୍ୟାଚ ହୋଇ ପାରୁନାହିଁ । ସାଧାରଣତଃ ବର୍ଷା ରୁତୁରେ ଫୁଟବଲ ଖେଳର ଚାହିଦା ରହିଥାଏ । ଏଣୁ ଗ୍ରାମାଚଂଳର ଯୁବକ ମାନେ ନିକଟ ପଡ଼ିଆରେ ସକାଳ ଓ ଅପରାହ୍ନରେ ଫୁଟବଲ ଖେଳର ଅଭ୍ୟାସ ଜାରି ରଖିଥାନ୍ତି । ମାତ୍ର ବର୍ତମାନ ଲକ ଡାଉନ କଟକଣା ଯୋଗୁ  ଖେଳାଳୀ ମାନଙ୍କୁ ପଡ଼ିଆ ମଧ୍ୟକୁ ଯିବାକୁ ବାରଣ କରାଯାଇଛି । କ୍ରିକେଟ ଖେଳରେ ମଧ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି । ଦକ୍ଷିଣ ରାଉରକେଲାରେ କରେଟା, ଫୁଟବଲ, କ୍ରିକେଟ ଆଦି ଖେଳକୁ ପେଶା ଭାବେ ଗ୍ରହଣ କରି ନିଜ ଦକ୍ଷତା ଜାହିର କରୁଥିବା ଖେଳାଳୀ ମାନେ କରୋନା କାଳରେ ନିଜ ଦକ୍ଷତା ପ୍ରତିପାଦନ କରିବାକୁ ଅକ୍ଷମ ହୋଇ ପଡ଼ିଛନ୍ତି! ଦକ୍ଷିଣ ରାଉରକେଲାରେ ଥିବା କ୍ରୀଡ଼ା ପ୍ରତିଭା ମାନେ ନିଜ କ୍ରୀଡ଼ାଭ୍ୟାସ ଠିକ ଭାବରେ କରିପାରୁ ନଥିବାରୁ ସେମାନଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related Posts

About The Author

Add Comment