‘ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମସ୍’ ଉଦଘାଟିତ

Spread the love

ଭୁବନେଶ୍ଵର, ୨୩/୦୨/୨୦ (ସନ୍ଧାନ ନିଉଜ) : କଟକର ଜବାହାରଲାଲ ଇନଡୋର ଷ୍ଟାଡିୟମରେ ଆଜି ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମସ୍ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରଧାନମନ୍ତ୍ରୀ ସମ୍ବୋଧନ କହିଥିଲେ ଏହା ଭାରତର କ୍ରୀଡା ଭବିଶ୍ୟତ ପାଇଁ ଏକ ବଡ ପଦକ୍ଷେପ। ଏଥିରେ ଦେଶରେ ବିଭିନ୍ନ ଖେଳରେ ସୁଧାର ଆସିବ। ଏହି କାର୍ଯ୍ୟକ୍ରମ ଦେଶରେ ପରିବର୍ତ୍ତନ ଆଣିଥିବା ବେଳେ ଗରୀବ ଖେଳାଳିଙ୍କ ପ୍ରତିଭା ସାମ୍ନାକୁ ଆସିଛି। ଖେଳାଳିମାନେ ନିଜ ଧ୍ୟାନ ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଲଗାନ୍ତୁ। ଆଜିର ଦିନ ଖାଲି ଟୁର୍ଣ୍ଣାମେଣ୍ଟର ଆରମ୍ଭ ନୁହେଁ। ଏହା କ୍ରୀଡା ଆନ୍ଦୋଳନର ଆରମ୍ଭ ମଧ୍ୟ। ମୋଦୀ କହିଲେ ଗତ ୫,୬ ବର୍ଷ ଧରି ଭାରତ ବିଭିନ୍ନ ଖେଳକୁ ପ୍ରୋତ୍ସାହିତ କରିଛି। ଆଗାମୀ ଦିନରେ ଖେଳାଳି ୨୦୦ରୁ ଅଧିକ ସୁନା ପଦକ ଜିତିବା ପାଇଁ ଲକ୍ଷ୍ୟ ରଖନ୍ତୁ। ନିଜ ସାମର୍ଥ୍ୟକୁ ବିକଶିତ କରନ୍ତୁ। ଆଜି ଓଡିଶାରେ ନୂଆ ଇତିହାସ ସୃଷ୍ଟି ହୋଇଛି ବୋଲି ସେ କହିଥିଲେ।

Related Posts

About The Author

Add Comment