ଖୁସିର ଓଡିଶା ପକ୍ଷରୁ ସ୍ୱାଧିନତା ଦିବସ ପାଳିତ

Spread the love

ଧର୍ମଶାଳା, ୧୭ ।୮(ସନ୍ଧାନ ନିଉଜ): ଧର୍ମଶାଳା ବ୍ଲକ ଥାନୁଆଳଠାରେ ଥିବା ଖୁସିର ଓଡିଶା କାର୍ଯ୍ୟାଳୟରେ ୭୪ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଆବସରରେ ଆୟୋଜିତ ଉସôବରେ ଖୁସିର ଓଡିଶାର ସମ୍ପାଦକ ଦିଲିପ କୁମାର ଜେନା ପତାକା ଉତ୍ତୋଳନ କରି ଥିଲେ । ସମବେତ କଣ୍ଠରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ସମାଜସେବୀ ଦୀଲିପ କୁମାର ଜେନା କରୋନାଯୋଦ୍ଧା ମାନଙ୍କ ବଳିଦାନର ଭୁୟସି ପ୍ରଶଂସା କରି ସେମାନଙ୍କର ପରିବାର ପ୍ରତି ସନବେଦାନା ଜଣାଇଥିଲେ । ମୁଖ୍ୟ ଅତିଥି ଭାବରେ ଧର୍ମଶାଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ରାଧାଶ୍ୟାମ ସାହୁ ଯୋଗଦେଇ ଗଲୱାନ ଘାଟିରେ ଶହିଦ ଜବାନ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିବା ପୂର୍ବକ ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା କରିଥିଲେ । କୃଷକ ନେତା ବସନ୍ତ ପରିଡା, ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ, ବସନ୍ତ କୁମାର ନାୟକ, ଖୁସିର ଓଡିଶା ବରିଷ୍ଟ ସଦସ୍ୟ ଶରତ ସ୍ୱାଇଁ, ବିବେକାନନ୍ଦ ଜେନା, ବିଶ୍ୱପତି ବରାଳ, ସନାତନ ପରିଡା ଓ ଅନ୍ୟ ସଦସ୍ୟମାନେ ଯୋଗଦେଇ ନଜିର ବକ୍ତବ୍ୟ ରଖିଥିଲେ ।

Related Posts

About The Author

Add Comment