ଖୁଚୁରା ରଖୁ ନାହାନ୍ତି ଦୋକାନୀ

Spread the love
  •  
  •  
  •  
  •  
  •  

ବାରିପଦା, ୦୭.୦୧.୨୦୨୧(ସନ୍ଧାନ ନିୟୁଜ୍  /ଲିଙ୍ଗରାଜ ପଣ୍ଡା):- ଖୁଚୁରା ମୁଦ୍ରା କାରବାର ନେଇ ଉଭୟ ଦୋକାନୀ ଓ ଗ୍ରାହକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଖୁଚୁରା ମୁଦ୍ରା ନଚଳିବା ଭଳି କ୍ରାନ୍ତି ଖବର ଆଲୋଚନା ହେଉଛି । ଏହି ଆଲୋଚନାର ପ୍ରଭାବ ପ୍ରାୟ ଗ୍ରାହକ ଓ ଦୋକାନୀଙ୍କ ଉପରେ ପଡୁଥିବା ଲକ୍ଷ୍ୟ କରାଯାଉଛି । ଖୁଚୁରା ଟଙ୍କା ଧରି ଆସିଲେ ଦୋକାନୀ ଗ୍ରାହକକୁ ଫେରାଇ ଦେଉଛି । ପୁଣି ଛୋଟ କଏନ୍ ନେବିନି ଚଳିବନି ମଧ୍ୟ କହି ଗ୍ରାହକଙ୍କୁ ନିରାଶ କରୁଛନ୍ତି ଦୋକାନୀ । ଗ୍ରାହକଙ୍କଠୁ ଖୁଚୁରା ଟଙ୍କା ନେଇ ଆମେ କାହାକୁ ଦେବୁ ବୋଲି ମଧ୍ୟ କହୁଛନ୍ତି କିଛି ଦୋକାନୀ । ଏମିତିକି ଖୁଚୁରା ମୁଦ୍ରା ରଖିବାକୁ କେହି ରାଜି ନୁହେଁ । ଏଭଳି ସମସ୍ୟା ଦେଖିବାକୁ ମିଳୁଛି ଉଦଳା ସବ୍‌ଡ଼ିଭିଜନର ଗ୍ରାମାଞ୍ଚଳରେ । ରିଜର୍ଭବ୍ୟାଙ୍କ ଗାଇଡ୍‌ଲାଇନ ଅନୁସାରେ ଖୁଚୁରା ପଇସା ଏବେ ସଚଳ ଅଛି । ଖୁଚୁରା ପଇସା ଅଚଳକୁ ନେଇ କୌଣସି ଘୋଷଣା କରାଯାଇ ନାହିଁ । ଏନେଇ ଛି ଭାରତ ସରକାରଙ୍କ ତରଫରୁ ଲୋକମାନଙ୍କୁ ଗଣମାଧ୍ୟମ ମାଧ୍ୟମରେ ଅନେକ ଥର ସଚେତନ କରାଯାଇଛି । ଖୁଚୁରା ପଇସା ନେଣଦେଣ କରିବା ପାଇଁ ବୁଝାଯାଇଛି । ଏପରିକି ଯେଉଁ ବ୍ୟକ୍ତି ଖୁଚୁରା ନନେବେ ତାଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ବିଜ୍ଞପ୍ତି ଜାରି କରାଯାଇଥିଲା । ବାରିପଦା, ଉଦଳା ଭଳି ସହରମାନଙ୍କରେ ଏକ ଟଙ୍କିଆ ଓ ୨ଟଙ୍କିଆ ମୁଦ୍ରା ଚାଲୁଥିବାବେଳେ ଗୋପବନ୍ଧୁ ନଗର ବ୍ଳକ ଖୁଣ୍ଟା ଥାନା ଅଧୀନରେ ଥିବା କୁଆମରା, ଭାଳପୋଖରୀ, ଆରପଟା, ପୁରୁଣା ବାରିପଦା, ସ୍ବାଇଁଙ୍କୁଳା, କୁଶଳଦା ଭଳି ଗ୍ରାମାଞ୍ଚଳ ବଜାରରେ ଉଭୟ ଗ୍ରାହକ ଓ ଦୋକାନୀ ଖୁଚୁରା ମୁଦ୍ରା ପ୍ରତି ବିମୁଖ ମନୋଭାବ ଦେଖାଦେଇଛି । ଫଳସରୂପ ଗରିବ ଗ୍ରାହକ, ପାନ ଓ ଚା ଦୋକାନୀ ଭଳି ଛୋଟ ଦୋକାନୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ଖୁଣ୍ଟା ଥାନା ଅଧିକାରିଣୀ ସ୍ଵଣ୍ଡି ଲତା ମିଞ୍ଜଙ୍କର ମତାମତ ନେବାରୁ କହିଲେ, ଆଇନ ଅନୁସାରେ ଖୁଚୁରା ପଇସା ଉଭୟ ଗ୍ରାହକ ଓ ଦୋକାନୀ ନବ ଆମ ତରଫରୁ ଗ୍ରାମାଞ୍ଚଳ ବଜାରରେ ଏକ ସଚେତନ ତିଆରି କରାଯିବ । ତାପରେ ଅଭିଯୋଗ ଆସିଲେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉଦଳା ସବଡ଼ିଭିଜନ ପୁଲିସ୍ ଅଧିକାରୀ କେଦାରନାଥ ସାହୁ କହିଛନ୍ତି, ଏ ବାବଦରେ ମୁଁ ଥାନା ଅଧିକାରୀଙ୍କୁ ଏକ ଚିଠି କରିବି । ଲୋକଙ୍କ ଭିତରେ ପ୍ରଥମେ ସଚେତନ କରାଯିବ, ତାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Related Posts

About The Author

Add Comment