ଖାଉଟି ଉପରେ ମାଡ,ବଢିଲା ଖାଇବା ତେଲର ଦର

Spread the love

ସୁନ୍ଦରଗଡ ତା:୩୦/୯/୨୦୨୪(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ଗ୍ରାହକଙ୍କୁ ବଡ଼ ଝଟକା । ବଢିଲା ଖାଇବା ତେଲ, ଲିଟରେ ତେଲ ପାଇଁ ଦେବାକୁ ପଡ଼ିବ କେତେ ଟଙ୍କା ।ଦୁର୍ଗା ପୂଜା ସମେତ ଉତ୍ସବର ଋତୁ ଆରମ୍ଭ ପୂର୍ବରୁ ମଧ୍ୟ ସାଧାରଣ ଲୋକଙ୍କ ପକେଟରେ ପୁଣି ଚାପ ପଡିିଛି । ଖାଇବା ତେଲର ମୂଲ୍ୟ ବୃଦ୍ଧି ପାଇଛି । ସୋୟାବିନ୍, ସୂର୍ଯ୍ୟମୁଖୀ ଠାରୁ ସୋରିଷ ପର୍ଯ୍ୟନ୍ତ ସମସ୍ତ ପ୍ରକାର ତେଲରେ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଖୁଚୁରା ବଜାରରେ ଗୋଟିଏ ପ୍ୟାକେଟ୍ ତେଲର ମୂଲ୍ୟ ପ୍ରାୟ ୧୫ ରୁ ୨୦ ଟଙ୍କା ବୃଦ୍ଧି ପାଇଛି। ୧ ଲିଟର ସୋୟାବିନ୍ ତେଲ ୧୨୫ ଟଙ୍କାରେ ବିକ୍ରି ହେଉଛି ।ସୋରିଷ ତେଲର ମୂଲ୍ୟ ମଧ୍ୟ ଲିଟର ପିଛା ୨୦ ଟଙ୍କା ବୃଦ୍ଧି ପାଇଛି । ଯଦି ଆପଣ ଏକ ଲିଟର ସୋରିଷ ତେଲ କିଣିବାକୁ ଚାହୁଁଛନ୍ତି, ଏହାର ମୂଲ୍ୟ ପ୍ରାୟ ୧୬୦ ଟଙ୍କା ।କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ଅଶୋଧିତ ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ୨୦ ପ୍ରତିଶତ ବୃଦ୍ଧି କରିଥିଲେ ସେବେଠାରୁ ଖାଇବା ତେଲର ମୂଲ୍ୟ ଆକାଶଛୁଆଁ ହୋଇଛି।ଖାଇବା ତେଲର ମୂଲ୍ୟ ଏତେ ବୃଦ୍ଧି ପାଇଥିବାରୁ କେନ୍ଦ୍ର ସରକାର ମଧ୍ୟ ନୀରବ ଦ୍ରଷ୍ଟା ପାଲଟିଛନ୍ତି । । ମୂଲ୍ୟ ସ୍ଥିର ରହିବାକୁ ସୁନିଶ୍ଚିତ କରିବାକୁ ଖାଇବା ତୈଳ ଉତ୍ପାଦକମାନଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।କେବଳ ଖାଇବା ତେଲ ନୁହେଁ, ଗତ କିଛି ଦିନ ଧରି ଲଗାତାର ବର୍ଷା ପରେ ବଜାରରେ ପନିପରିବା ଦରରେ ମଧ୍ୟ ନିଆଁ ଲାଗିଛି । ଖୁଚୁରା ବଜାରରେ ଗୋଟିଏ କିଲୋଗ୍ରାମ ପିଆଜ ୬୦ ରୁ ୭୦ ଟଙ୍କାରେ ବିକ୍ରି ହେଉଛି । ଆଗକୁ ସରକାରଙ୍କ ପଦକ୍ଷେପ କଣ ରହିବ ତାହା ଦେଖିବାକୁ ବାକି ରହିଲା।

Related Posts

About The Author

Add Comment