ଖସୁଛି ପାରଦ : ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଅନୁଭୂତ ହେବ ପ୍ରବଳ ଶୀତ

Spread the love

ଭୁବନେଶ୍ବର, ୨୮/୧୨/୨୫/(ସନ୍ଧାନ ନ୍ୟୁଜ): ରାଜ୍ୟରେ ଦିନକୁ ଦିନ ଖସୁଛି ପାରଦ। ଯାହାଫଳରେ ରାତିର ତାପମାତ୍ରା କମିବାରେ ଲାଗିଛି। କେବଳ ଶୀତର ଲହରୀ ନୁହଁ ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣରେ ଘୋଡେଇ ହୋଇରହିଛି ରାଜ୍ୟ। ଏପରିକି କୁହୁଡିର ପରିମାଣ ଏତେ ଅଧିକ ରହୁଛି ଯେ ୫୦ ମିଟର ରାସ୍ତା ମଧ୍ୟ ଦୃଶ୍ୟମାନ ହେଇପାରୁନାହିଁ। ତେବେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ।  ସମତଳ ଏବଂ ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। ନୂଆବର୍ଷ ପର୍ଯ୍ୟନ୍ତ ଶୀତ କମିବ ନାହିଁ ଓ କୁହୁଡ଼ି ବଢ଼ିବ। ୨୯ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଓ ଘନ କୁହୁଡ଼ି ଆଶଙ୍କା ରହିଛି। ଆସନ୍ତା ଦୁଇ ଦିନ ପାଇଁ ସୁନ୍ଦରଗଡ,ଢେଙ୍କାନାଳ,କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୯,୩୦ ତାରିଖ ପାଇଁ ସୁନ୍ଦରଗଡ, କନ୍ଧମାଳ,କୋରାପୁଟ ପାଇଁ  ୟଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ତେବେ କିଛି କିଛି ସ୍ଥାନରେ ସୀତାର ମଜା ମଧ୍ୟ ଲୋକେ ଉଠାଉଛନ୍ତି।

Related Posts

About The Author

Add Comment