ବ୍ରହ୍ମପୁର, ୧୧/୧୧ (ସନ୍ଧାନ ନିଉଜ) କରୋନା ମହାମାରୀର ପ୍ରଭାବରେ ଶିକ୍ଷା ପ୍ରଭାବିତ ହୋଇଛି । ଧୀରେ ଧୀରେ କରୋନା ମ ହାମାରୀର ପ୍ରଭାବ ହ୍ରାସ ପାଇବା ପରେ ଶିକ୍ଷାନୁଷ୍ଠାନ ଖୋଲିବା ସହ ଶ୍ରେଣୀ ଗୃହରେ ପାଠ ପଢା ଆରମ୍ଭ ହୋଇଛି । ମାତ୍ର ପରୀକ୍ଷା ହେବା ନେଇ ନୋଟିସ୍ ଆସିବା ପରେ ଦେଖାଦେଇଛି ଛାତ୍ର ଅଶାନ୍ତି । ବ୍ରହ୍ମପୁର ଖଲ୍ଲିକୋଟ୍ ଏକକ ବିଶ୍ୱବିଦ୍ୟାଳ୍ୟୟରେ ଦେଖିବାକୁ ମିଳିଛି ଛାତ୍ର ଆନ୍ଦୋଳନ । ସୂଚନା ଅନୁସାରେ, କରୋନା ସ୍ଥିତି ସୁଧୁରିବା ପରେ ସ୍କୁଲ ଓ କଲେଜ ଖୋଲିଛି । ପାଠପଢା ଉପରେ ଛାତ୍ରଛାତ୍ରୀଙ୍କ ଆଗ୍ରହ କମିଛି । ହେଲେ ସମସ୍ୟା ହେଉଛି ପରୀକ୍ଷା । ଅଫ ଲାଇନ ବଦଳରେ ଅନ ଲାଇନ ପରୀକ୍ଷା କରିବା ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ କରୁଛନ୍ତି । ଛାତ୍ରଛାତ୍ରୀମାନେ ବିଶ୍ୱ ବିଦ୍ୟାଳୟ କୁଳପତି କାର୍ଯ୍ୟାନୁଷ୍ଠାନ ସମ୍ମୁଖ ଫାଟକରେ ଆନ୍ଦୋଳନ କରୁଛନ୍ତି । ଯୁକ୍ତ ତିନି ଦ୍ୱିତୀୟ ଏବଂ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଅନଲାଇନରେ କରିବାକୁ ଦାବି କରିଛନ୍ତି । ତେବେ ପାଠ୍ୟ ଖସଡାର ପାଠ୍ୟକ୍ରମ ସରି ନାହିଁ । କୋର୍ସ ନସାରି ପରୀକ୍ଷା ପାଇଂ ନୋଟିସ୍ ବାହାରିଛି । ଏଭଳି ପରୀକ୍ଷା ଦେବା ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ବ୍ୟାପର ଅଟେ । ଏହି ସମୟରେ ସମାଧାନ ପାଇଁ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଆଲୋଚନା କରିଛନ୍ତି ।
ଖଲ୍ଲିକୋଟ୍ ଏକକ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି, ଅନ୍ଲାଇନ୍ରେ ପରୀକ୍ଷା ଦେବା ପାଇଁ ଦାବି
|
November 11, 2021 |



