ଖବର ପ୍ରକାଶନ ପରେ ରରୁଆଁ ବ୍ଲକ୍ ପିଇଓଙ୍କ ମଧ୍ୟରେ ଅଦଳବଦଳ ହେଲା

Spread the love

 ବାରିପଦା,୦୨/୦୧/୨୦୨୧(ସନ୍ଧାନ ନିଉଜ୍/ଲଙ୍ଗରାଜ ପଣ୍ଡା): ସନ୍ଧାନ ସମାଜର ସଂସ୍କରଣର ଗତ ୨୧ତାରିଖରେ ପିଇଓଙ୍କ ବଦଳି ଦାବି କଲେ ଦୁଇ ମହିଳା ସରପଞ୍ଚ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପାଇବା ପରେ ରରୁଆଁ ବ୍ଲକପ୍ରଶାସନ ତରଫରୁ ତିଳକୁଟି । ଭଞ୍ଜକିଆର ପଞ୍ଚାୟତ ନିର୍ବାହୀ ଅଧିକାରି (ପିଇଓ) ଙ୍କ ମଧ୍ୟରେ ଅଦଳବଦଳ କରାଯାଇଛି।ରରୁଆଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ତରଫରୁ ଦାୟିତ୍ବରେ ଥିବାବିଡ଼ିଓ ସର୍ବେଶ୍ବର ପଲେଇଙ୍କ ସାକ୍ଷରରେ ଚିଠି ସଂଖ୍ୟା-୨୬୩୫ ତାରିଖ-  ୩୦ ୧୨. ୨୦୨୦ ପ୍ରକାଶିତବ ଆଦେଶନାମାରେ ଏ ସମ୍ପର୍କରେ ବିସ୍ତି ପ୍ରକାଶ ପାଇଛି । ଏହି ଆଦେଶନାମା ଅନୁସାରେ ସିରିପ୍ ମାଝାଙ୍କୁ ତିଳକୁଟି ଓ ନିଉଁଛି ପଞ୍ଚାୟତ, ରାଜେଶ କୁମାର କାଳନ୍ଦୀଙ୍କୁ ଭଞ୍ଜକିଆ ଓ ଗୋଡ଼ାପଳସା ପଞ୍ଚାୟତ, ଅସୁସ୍ଥତା ଯୋଗୁଁ ମାସାଧିକ କାଳ ଛୁଟିରେ ରହି ପୁନର୍ବାର କାର୍ଯ୍ୟରେ ଯୋଗ ଦେଇଥିବା ଚନ୍ଦ୍ରଶେଖର ମିଶ୍ରଙ୍କୁ ପୁନର୍ବାର ରରୁଆଁ ପଞ୍ଚାୟତର ପିଇଓ ରୂପେ ନିଯୁକ୍ତି ଦିଆଯାଇଛି । ସେ ପୂର୍ବରୁ ରରୁଆଁ ଓ ନିର୍ଭନ୍ତ ପଞ୍ଚାୟତର ସୂଚନାଯୋଗ୍ୟ ଯେତିଳକୁଟି ସରପଞ୍ଚ ମିନୁ ଚାତାର ତାଙ୍କପଞ୍ଚାୟତର ପିଇଓ ଓ ଜିଆରଏଙ୍କର ଏବଂ ଭିକିଆ ପଞ୍ଚାୟତର ସରପଞ୍ଚ ରହ୍ମଣୀ ନାଏକ ନିଜ ନିଜ ପଞ୍ଚାୟତର ପିଇଓଙ୍କର ବଦଳି ନିମନ୍ତେ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲେ । ତିଳକୁଟି ଓ ପଞ୍ଚାୟତରେ କାର୍ଯ୍ୟରତ ପିଇଓଙ୍କୁ ଅଦଳବଦଳ କରାଯାଇଥିବା ବେଳେ ଜିଆରଏସ୍)ସ୍ଥାନାନ୍ତର ନିମନ୍ତେ ବାରମ୍ବାର ତିଳକୁଟି ସରପଞ୍ଚ ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନର ନିକଟରେ ଦାବି କରି ଆସିଛନ୍ତି । ଅଥଚ ତାଙ୍କର ସ୍ଥାନାନ୍ତରକୁ ବ୍ଲକ୍ ପ୍ରଶାସନ ତରଫରୁ ଚତୁରତାର ସହିତ ଏଡାଇ ଦିଆଯାଇଛି । ଯାହାକୁ ନେଇ ତିଳକୁଟି ସରପଞ୍ଚ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଜାଣିଶୁଣି ବୁକ୍ ପ୍ରଶାସନ ଜିଆର୍ ଏକ ସ୍ଥାନାନ୍ତରକୁ ଚାପି ଦେବାକୁ ଅପଚେଷ୍ କରୁଛନ୍ତି ବୋଲି ସରପଞ୍ଚ ଶ୍ରୀମତୀଚାତାର ଅଭିଯୋଗ କରିଛନ୍ତି ।

Related Posts

About The Author

Add Comment