ଖଣ୍ଡାସ ପୋଲ ନିକଟରୁ ଅଲୋଡ଼ା ଶିଶୁ କନ୍ୟା ଉଦ୍ଧାର

Spread the love

ଯାଜପୁର, ୧୧/୧୧ (ସନ୍ଧାନ ନିଉଜ) : ପୁଣି ଅଲୋଡ଼ା ଏକ ଶିଶୁ କନ୍ୟା। ଯାଜପୁର ରସୁଲପୁର ବ୍ଲକ ଖଣ୍ଡାସ ପୋଲ ନିକଟରୁ ଏକ ଶିଶୁ କନ୍ୟା ଉଦ୍ଧାର ହୋଇଛି। ରବିବାର ସନ୍ଧ୍ୟା ସମୟରେ ଶିଶୁଟି ରାସ୍ତାକଡ଼ରେ ପଡ଼ିଥିବାର କେତେକ ସ୍ୱେଚ୍ଛାସେବୀ ଦେଖିଥିଲେ। ଏହାପରେ ୧୦୨ ଆମ୍ବୁଲାନ୍ସକୁ ଡ଼ାକି ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁ କନ୍ୟାକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡ଼ିଛି। ବର୍ତ୍ତମାନ ଶିଶୁଟି ସକ୍ଷୀ କେନ୍ଦ୍ରରେ ରଖଯାଇଛି। ସୋମବାର ଖବର ପାଇ ଜିଲା ମଙ୍ଗଳ ସମିତି ସଦସ୍ୟ ଡ଼ାକ୍ତରଖାନାରେ ପହଞ୍ଚି ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

Related Posts

About The Author

Add Comment