ଖଣି ଅଂଚଳର ଦାରୁଣ ଦୁଃଖ: ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି ଚିନ୍ତାମଣି

Spread the love

ସୁନ୍ଦରଗଡ଼/କୋଇଡା, ୧୨/୧୨ (ସନ୍ଧାନ ନିୟୁଜ) ସୁନ୍ଦରଗଡ଼ ଜିଲ୍ଲା  କୋଇଡା ବ୍ଲକ ଅନ୍ତର୍ଗତ କ୍ରିୟାକୁଦର ଗାଁର ଦିନ ମଜୁରିଆ ୪୬ ବର୍ଷୀୟ ଚିନ୍ତାମଣି ବାରିକ , ଯୋଉଠି ଓଳିଏ ଖାଇବା ପାଇଁ ତାଙ୍କୁ ପ୍ରେତ୍ୟକ ଦିନ ସଂଘର୍ଷ କରିବାକୁ ପଡେ ସେହି ପରିସ୍ଥିତିରେ ନିଜର ଚିକିତ୍ସା ଯେମିତି ସାତ ସପନ ହୋଇପଡିଛି । ଛଅ ମାସ ପୂର୍ବରୁ ଏମ ଜି ମାଇନ୍ସରେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ ଚିନ୍ତାମଣି , ହଠାତ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ରାଉରକେଲା ମେଡିକାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲା , କିଛିଦିନ ଚିକିତ୍ସା ହେବା ପରେ ଡାକ୍ତରଙ୍କ କହିବା ଅନୁଯାୟୀ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ସାରିଥିଲେ ଚିନ୍ତାମଣି । ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱର ର ସମ ହସ୍ପିଟାଲକୁ ନେଇଥିଲେ , ଡାକ୍ତର କିଛିଦିନ ଚିକିତ୍ସା କଲା ପରେ ତାଙ୍କୁ ଅପ୍ରେସନ ପାଇଁ ପରାମର୍ଶ ଦେଇଥିଲେ । ଏହି ଚିକିତ୍ସା ଭିତରେ ଚିନ୍ତାମଣି ଙ୍କ ଜମିବାଡ଼ି ବନ୍ଧା ପଡିବା ସହିତ ବନ୍ଧୁ ବାନ୍ଧବ ମାନଙ୍କ ଠାରୁ ମଧ୍ୟ ଉଧାରୀ କରି ସାରିଥିଲେ । ଅପ୍ରେସନ ପାଇଁ ଲକ୍ଷାଧିକ ଟଙ୍କା ଦରକାର ଥିଲା ବେଳେ ଦିନ ମଜୁରିଆ ଚିନ୍ତାମଣି ଏତେ ଟଙ୍କା କୋଉଠି ଆଣି ଚିକିତ୍ସା ହେବେ ଏହି ଚିନ୍ତାରେ ଦିନ କାଟୁଛନ୍ତି । ଚିନ୍ତାମଣିଙ୍କର ଦୁଇ ପୁଅ ଗୋଟିଏ ଝିଅ , ଗୋଟିଏ ପୁଅ ପାଠ ପଢ଼ୁଥିବା ସମୟରେ ଅନ୍ୟ ଜଣକ ମଜୁରୀ ଲାଗି ଘର ଚଳାଉଛି । ଚିନ୍ତାମଣିର ପେଟର ଆକାର ଧୀରେ ଧୀରେ ବଢ଼ୁଥିବାରୁ ଭୟ ଆଶଙ୍କା ଭିତରେ ଦିନ କାଟୁଛନ୍ତି ପରିବାର ଲୋକ , ଗ୍ରାମବାସୀ ଏବଂ ପରିବାର ଲୋକେ ସରକାରଙ୍କୁ ନିବେଦନ କରିଛନ୍ତି ଯଦି କୌଣସି ସରକାରୀ ସହାୟତା ମିଳି ପାରନ୍ତା ଚିନ୍ତାମଣିର ଜୀବନ ବଞ୍ଚି ଯାଆନ୍ତା ।

Report:-Lambodar barik (koida)

Related Posts

About The Author

Add Comment