କ୍ୟାନସର ରୋଗୀଙ୍କ ଘରକୁ କଳାକନା ବୁଲାଇବା ଯୋଜନା ପଣ୍ଡ: ପୁଲିସର ଛାନଭିନ ଜାରି

ବଡଚଣା, ୨୮/୨(ସନ୍ଧାନ ନିୟୁଜ/ବିମଲ ବେହେରା) ବଡଚଣା ଥାନା ଅନ୍ତର୍ଗତ କୁନ୍ଦଳ ଗ୍ରାମର ଧୃବ ଚରଣ ରାଉତଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ କରାଯାଇଛି । ତେବେ ଡକାୟତି ହେଉଥିବା ବେଳେ ଘରର ଲୋକେ ଉଠିପଡିବାରୁ ଡକାୟତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ନିଜର ବୁଟ୍, ଏକ ବନ୍ଧୁକ ଏବଂ ଗୋଟିଏ ଭୁଜାଲି ଛାଡି ଦେଇ ପଳାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପଂହଚି ପ୍ରାଥମିକ ତଦନ୍ତ ଜାରି ରଖିଛି । ସୂଚନା ମୁତାବକ ଧୃବ ଚରଣ ରାଉତ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ନିଜର ଝିଅ କ୍ୟାନସର ରୋଗରେ ପୀଡିତ । ତାକୁ ଭଲ କରିବା ପାଇଁ ସରକାରୀ ସାହାର୍ଯ୍ୟ ମିଳିନଥିବା ବେଳେ ବହୁ ଦୁଖଃ କଷ୍ଟରେ ଧୃବ ବିଭିନ୍ନ ସ୍ଥାନରୁ ଧାର କରଜ କରି ଲକ୍ଷେ ଟଙ୍କା ରଖିଥିଲା । ଏହାକୁ କୌଣସି ସୂତ୍ରରୁ ଡକାୟତ ମାନେ ଜାଣିପାରି ତାକୁ ଲୁଟିବା ପାଇଁ କାଲି ରାତି ୧ଟା ବେଳେ ଘରେ ପଶିଥିଲେ । ଏହି ସବୟରେ ଆବାଜ ହେବାରୁ ଘର ଲୋକ ଉଠିପଡିଥିଲେ । ଫଳରେ ଡକାୟତ ମାନେ ସେଠାରୁ ଚମ୍ପଟ ମାରିଥିଲେ । ତେବେ ଏଭଳି ଡକାୟତ ମାନେ ଯେକି ରୋଗିଣା ଲୋକଙ୍କୁ ଛାଡିବାକୁ ପଛାଉ ନଥିବାରୁ ସେମାନେ ଏହି ସମାଜରେ ରହିବାକୁ ଯୋଗ୍ୟ ନୁହନ୍ତି ବୋଲି ଚର୍ଚ୍ଚା ଚାଲିଛି । ତୁରନ୍ତ ପୋଲିସ ସେମାନଙ୍କୁ ଗିରଫ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Related Posts

About The Author

Add Comment