କୋରାପୁଟ , ୨୦/୦୨/୨୧ (ସନ୍ଧାନ ନିଉଜ) : କ୍ଷମତାର ବିକେନ୍ଦ୍ରି କରଣରେ ବିକାଶ ସମ୍ଭବ-ଆଜି ଏଭଳି ମତ ପ୍ରକାଶ ପାଇଛି ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ କୋରାପୁଟ ଜିଲ୍ଲା ଶାଖାଦ୍ୱାରା ଆହୂତ ଦ୍ୱିତୀୟ ଇ-ପାଠଚକ୍ର ରେ । ପ୍ରଗତିର ସ୍ୱର ଶୀର୍ଷକ ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ଶନିବାର ସଂଧ୍ୟା ୬.୦୦-୭.୦୦ ମଧ୍ୟରେ ଗୁଗଲ ମିଟ୍ ଆପ୍ ମାଧ୍ୟମରେ ଅନୁଷ୍ଠିତ ହେଇଥିଲା। ଏଥିରେ ମୁଖ୍ୟବକ୍ତା ଋପେ ସମାଜସେବୀ ଶ୍ରୀଯୁକ୍ତ କୃଷ୍ଣ ସିଂହ ଯୋଗଦେଇ ବ୍ରିଟିସ୍ ଅମଳରୁ ବର୍ତ୍ତମାନ ପର୍ଯ୍ୟନ୍ତ କୋରାପୁଟ କିଭଳି ଉପେକ୍ଷିତ, ଅମଲାତାନ୍ତ୍ରିକ ଦୁରଦୃଷ୍ଟିର ଅଭାବ, ଆଦିବାସୀ ସମାଜର ବିକାଶରେ ପରିପନ୍ଥୀ ସାଜୁଥିବା କାରଣ ସମୂହ ଆଲୋଚନା କରିଥିଲେ । “କୋରାପୁଟ ଜିଲ୍ଲାରେ ଶିକ୍ଷାର ସ୍ଥିତି ଓ ସମ୍ଭାବନା” ଶୀର୍ଷକରେ ଆୟୋଜିତ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ କୋରାପୁଟ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡ.ମିନତି ସାହୁ ।ସମାପ୍ତ ଟିପ୍ପଣୀ ପ୍ରଦାନ କରିଥିଲେ ଅନୁଷ୍ଠାନର ରାଜ୍ୟ ସମ୍ପାଦକ ତଥା ରେଭେନ୍ସା ବିଶ୍ୱବିଦ୍ୟାଳର ପ୍ରଫେସର୍ ଡ. ଚିତ୍ତରଂଜନ ନାୟକ । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଯୁବପିଢିଗଣ ଯୋଗଦେଇ ଏହି ଜ୍ଞାନଯଜ୍ଞକୁ ସଫଳ କରେଇଥିଲେ ।ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ସ୍ୱାତୀ ମିଶ୍ର ପରିବେଷଣ କରିଥିବା ସ୍ଥଳେ ଶେଷରେ ଶାନ୍ତିପାଠ କରିଥିଲେ ଚନ୍ଦନ କୁମାର ପାଣିଗ୍ରାହି। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମନୋରଂଜନ ପଣ୍ତା । ପ୍ରତିମାସ ୨୦ ତାରିଖରେ କୋରାପୁଟର ବିକାଶ କୁ ନେଇ ଏଭଳି ଆଲୋଚନା ଚକ୍ର ଜାରି ରହିବ ବୋଲି କାର୍ଯ୍ୟକ୍ରମର ସଂଯୋଜକ ଶିକ୍ଷାବିତ୍ ଅରୁଣ କୁମାର ତ୍ରିପାଠୀ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ପ୍ରଦାନ କରିଛନ୍ତି ।
କ୍ଷମତାର ବିକେନ୍ଦ୍ରି କରଣରେ ବିକାଶ ସମ୍ଭବ
|
February 21, 2021 |