କୋରାପୁଟ ,(ସନ୍ଧାନ ନିୟୁଜ୍/ଆର. ଦାସ)କେନ୍ଦ୍ର ସରକାର ୪ ବର୍ଷର ହିସାବ ଦେଇଥିବା ବେଳେ ଏଆଇସିସିର ଡାକରାରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ବିଶ୍ୱାସଘାତକ ଦିବସ ପାଳନ କରିଛି।କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାନେତ୍ରୀ ମିନାକ୍ଷି ବାହିନିପତିଙ୍କ ନେତୃତ୍ୟରେ କଂଗ୍ରେସ ନେତା ଓ କର୍ମିମାନେ ଏକତ୍ରୀତ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଥିଲେ।କେନ୍ଦ୍ରରେ ମୋଦି ସରକାର ଆସିଲା ପରେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି ଯଦ୍ୱାରା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରସାଦ ପ୍ରକାଶ କରିଥିଲେ। ୟୁପିଏ ସରକାର ଅମଳରେ କରାଯାଉଥିବା କେବିକେ ଯୋଜନାକୁ ମୋଦି ସରକାର ବନ୍ଦ କରିଦେଇଥିବା ସେ ପ୍ରକାଶ କରିଥିଲେ।ବେକାରୀ ସମସ୍୍ୟା ବୃଦ୍ଧି ପାଇବାରେ ଲାଗିଛି ତେଣୁ କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ବିଶ୍ୱାସ ହରେଇଥିବାରୁ କଂଗ୍ରେସ ବିଶ୍ୱାସଘାତକ ଦିବସ ପାଳନ କରୁଥିବା ସେ ସୂଚନା ଦେଇଥିଲେ।ବିଜେପି ଓ ବିଜେଡି କେବଳ ଭାଷଣ ଓ ପ୍ରଚାର ସର୍ବସ୍ୱ ବୋଲି ସେ ପ୍ରକାଶ କରିଥିଲେ।ଏହି ଦିବସରେ କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି, ଲକ୍ଷ୍ମିପୁର ବିଧାୟକ କୈଳାସ କୁଲେସିକା, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ଓ ନିମାଁଇ ସରକାର, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି, ଯୁବ ନେତା ରୁପକ ତୁରୁକ, ନରି ମହାନ୍ତି, ବିନୋଦ ମହାପାତ୍ର ପ୍ରମୁଖ ନେତା ଉପସ୍ଥିତ ଥିଲେ।ସଭାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତଲିକା ଦାହ କରିଥିଲେ।
କୋରାପୁଟ ଜିଲ୍ଲା କଂଗ୍ରେସ ବିଶ୍ୱାସଘାତକ ଦିବସ ; ସରକାର ଉପରେ ବର୍ଷଲେ କଂଗ୍ରେସ ବିଧାୟକ
|
May 26, 2018 |