କୋରାଇ/୧୮/୦୯/ସନ୍ଧାନ ନିୟୁଜ୍/(ଆଜମିର୍ ଅଲ୍ଲୀ) ଯାଜପୁର ଜିଲ୍ଲା କୋରାଇ ବ୍ଲକର କୋରାଇ ଠାରେ S U C I କୋରାଇ ଜିଲ୍ଲା କମ୍ୟୁନିଷ୍ଟ ପାର୍ଟି ତରଫରୁ ଓଡ଼ିଶାରେ ଦର ଦାର ବୃଦ୍ଧିକୁ ନେଇ ଏକ ପଦ ଯାତ୍ରା ହୋଇଥିଲା । କୋରାଇ କିଲ୍ଲା ପଡ଼ିଆଠାରୁ ଆରମ୍ଭ କରି କୋରାଇ ବ୍ଲକ ପର୍ଯ୍ୟନ୍ତ ପଦ ଯାତ୍ରା କରିଥିଲେ।ଏହି ପଦ ଯାତ୍ରାରେ ବିଭିନ୍ନ ପ୍ରକାରର ସ୍ଲୋଗାନ ଶୁଣିବାକୁ ମିଳିଥିଲା। ଏମିତିକି କୃଷକ ବିରୋଧୀ ୩ଟି କଳା କୃଷି ଆଇନ ରଦ୍ଧ କରାଯାଉ, ପେଟ୍ରୋଲ ଡିଜେଲ ଦର ହ୍ରାସ ପାଉ,ଚାଷୀଭାଇଙ୍କୁ ମାଗଣାରେ ବିହନ ସାର କୀଟନାଶକ ମାଗଣାରେ ଯୋଗାଇ ଦିଆଯାଉ, ଦୈନିକ ଖାଦ୍ୟ ସାମଗ୍ରୀ ଉପରେ ରୋକ୍ ଲଗାଯାଉ, ବିଦୂତ୍ ବିଲ୍ ୨୦୨୦ରଦ୍ଧ କରାଯାଉ ଏହି ରଲୀରେ ବହୁତ ଗୁଡ଼ିଏ ସ୍ଲୋଗାନ ଶୁଣିବାକୁ ମିଳିଥିଲା, ଯଦିଓ ସରକାର ଏହି ସବୁ ଲଗାମ ଛଡ଼ା ଦରଦାମ୍ ଉପରେ ରୋକ୍ ଲଗାନ୍ତେ ଓଡ଼ିଶାର ଆଦିବାସୀ ଓ ବହୁ ଗରିବ ଶ୍ରେଣୀୟ ଲୋକମାନେ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
କୋରାଇ ବ୍ଲକ S U C I କମ୍ୟୁନିଷ୍ଟ ପାର୍ଟି ତରଫରୁ ଦରଦାର ବୃଦ୍ଧିକୁ ନେଇ ସ୍ଲୋଗାନସହିତ ପଦଯାତ୍ରା,
|
September 18, 2021 |


