ରାଉରକେଲା/ଲାଠିକଟା୨୯/୦୮/୨୦ (ସନ୍ଧାନ ନିଉଜ): ରାଉରକେଲା ସାରନଗରୀ ଉତ୍କଳନଗର ଅଂଚଳରେ ବାସ କରୁଥିବା କୋଭିଡ଼ ଯୋଦ୍ଧା ତଥା ଗାୟତ୍ରୀ ଉପାସକ ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କ ଭୁବନେଶ୍ୱରର କିମସ୍ ଘରୋଇ ହସ୍ପିଟାଲରେ ଗତ ଗୁରୁବାର ବିଳମ୍ବିତ ରାତ୍ରିରେ ମହାମାରୀ କରୋନାରେ ମୃତ୍ୟୁ ହୋଇ ଯାଇଥିବା ବେଳେ ତାଙ୍କର ମରଶରୀର ଭୁବନେଶ୍ୱରରୁ ରାଉରକେଲା ପ୍ରଶାସନ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଅଣା ଯାଇଥିଲା । ଆଜି ଶନିବାର ପୂର୍ବାହ୍ନରେ ରାଉରକେଲା ପ୍ରଶସନ ପକ୍ଷରୁ ଡା. ସ୍ୱର୍ଗତଃ ମହାପାତ୍ରଙ୍କ ମୃତ ଶରୀରକୁ ବେଦବ୍ୟାସ ଶ୍ମଶାନ ଘାଟ ନିଆଯାଇ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ସମ୍ମାନ ଦିଆଯିବା ପରେ ଶବ ଦାହ ପ୍ରଶାସନ ପକ୍ଷରୁ ଶେଷ ହୋଇଛି । ଧର୍ମପତ୍ନୀ ଡ. ମଂଜୁଶର୍ମା ମହାପାତ୍ର ମୁଖାଗ୍ନୀ ଦେଇଥିଲେ । ରାଉରକେଲା ପ୍ରଶାସନ ପକ୍ଷରୁ ସୁନ୍ଦରଗଡ଼ ଜିଲାପାଳ ନିଖିଳ ପବନ କଳ୍ୟାଣ, ରାଉରକେଲା ଅତିରିକ୍ତ ଜିଲାପାଳ ସୁନୀଲ ଅବୋଲି ନରୱେଣେ, ପାନପୋଷ ଉପଜିଲାପାଳ ବିଶ୍ୱଜିତ ମହାପାତ୍ର, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଜଗାଙ୍ଗପୁର ବିଧାୟକ ସିଏସ ରାଜନ ଏକ୍କାଙ୍କ ସମେତ ରାଉରକେଲାର ବିଶିଷ୍ଟ ଡାକ୍ତର, ସାମାଜିକ,ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତା ମାନେ ବେଦବ୍ୟାସ ଘାଟରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ସାମାଜିକ ଦୂରତାରେ ଉପସ୍ଥିତ ଥିଲେ ।
ରାଉରକେଲା ସମେତ ଦକ୍ଷିଣ ରାଉରକେଲା ଅଂଚଳର ବିଭିନ୍ନ ରାଜନୈତିକ ଦଳା ନେତା ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକଟ କରାଯାଇଛି । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବୀରମତ୍ରପୁର ବିଧାୟକ ଶଙ୍କର ଓରାମ, ବିଜେପି ଜିଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ବିଜେପିର ବରିଷ୍ଠ ନତା ଧିରେନ ସେନାପତି, ରାଉରକେଲା ଜିଲା କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଜର୍ଜ ତିର୍କୀ, ରଘୁନାଥପାଲୀ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ, ବୀରେନ ସେନାପତି, ରବି ରାୟଙ୍କ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଛି ।
ସେହିପରି ରାଉରକେଲା ଓକିଲ ସଂଘ ପକ୍ଷରୁ ସଭାପତି ରମେଶ ବଳ, ଆଇନଜିବୀ ସୁଦାମ ଦାଶ, ଓକିଲ ସଂଘର ଜୋନାଲ କନଭେନର ସନ୍ତୋଷ ନାୟକ, ବିଜୟ ହରିଚନ୍ଦନ,ଆଇନଜିବୀ ସୁବୋଧ ନାୟକଙ୍କ ପକ୍ଷରୁ ଶୋକ ପ୍ରକଟ କରାଯାଇ ସ୍ୱର୍ଗତଃ ଡା. ମହାପାତ୍ରଙ୍କ ପରିବାରୁ ସମବେଦନା ଅର୍ପଣ କରାଯାଇଛି । ଗାୟତ୍ରୀ ପରିବାର ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇ ଅନୁଷ୍ଠାନ ପକ୍ଷରୁ ବିଚିତ୍ରା ନନ୍ଦ ଦାଶ, ଚରଣ କର, ଗୌତମ ବେହେରା, ଏସ.କେ. ବାରିକ, ଉପେନ୍ଦ୍ର ରାଉତ, ଦାମୋଦର ଧଳ ରଣଜିତ ସିଂ,ମହାବୀର ପଣ୍ଡିତ ଶୋକ ସନ୍ତପ୍ତ ପରିବାରଙ୍କୁ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥର୍ନା କରିଛନ୍ତି । ସଚେତନ ନାଗରିକ ମଂଚ ପକ୍ଷରୁ ସାଧାରଣ ସମ୍ପାଦକ ପି.ପି. ରାୟ, ଡ. ଭାବଗ୍ରାହୀ ମହାପାତ୍ର, ନିତ୍ୟାନନ୍ଦ ସେନଗୁପ୍ତ, ଜଟାଧାରୀ ମାଝୀ, କୁଂଜ ବିହାରୀ ରାଉତ, ମୀନତୀ ଦେବତା, ଜଗବନ୍ଧୁ ଜେନା, ଅଭୟ ଦାସ, ଚିତରଂଜନ ଦାସ, ଉପେନ୍ଦ୍ର ନାୟକ, ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ସଭାପତି ଦେବେନ୍ଦ୍ର ନାରାୟଣ ପତି, ସାଧାରଣ ସମ୍ପାଦକ ଅରୁଣ କୁମାର ପରିଡ଼ା, ବିଷ୍ଣୁପ୍ରିୟା ସାହୁ, ମିନତୀ ବିଶ୍ୱାଳ, ଅର୍ନ୍ତଯାମୀ ବେହୁରିଆ, ମୋହିନୀ ନାୟକ, ପ୍ରଫୁଲ କୁମାର ମହାନ୍ତି, ସେକ୍ଟର-୨୨ ୱେଲଫେୟାର ଟ୍ରଷ୍ଟର ପୂର୍ବତନ ସଭାପତି ସମାଇ ସୋରେନ, ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ସାଧାରଣ ସମ୍ପାଦକ ଗୌରାଙ୍ଗ ଦାଶ,ସୃଜନୀ ସାହିତ୍ୟ ସଂସଦ ପକ୍ଷରୁ ସଭାପତି ଜ୍ୟୋସ୍ନାରାଣୀ ଷଡଙ୍ଗୀ,ସାଧାରଣ ସମ୍ପାଦକ ରବୀନ୍ଦ୍ର ବେହୁରିଆ, ସଚ୍ଚିନ୍ଦ୍ର ସ୍ୱାଇଁ, ଲକ୍ଷ୍ମୀଧର ସ୍ୱାଇଁ, ହରପ୍ରିୟା ପରିଡ଼ା, ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ ମଂଚର ଆବାହକ ଖଗେଶ୍ୱର ଦାଶ, ସାରନଗରୀ ସ୍ଥିତ କଳିଙ୍ଗ ଯୁବ ସଙ୍ଗଠନ ପକ୍ଷରୁ ଅନିଲ ମଲ୍ଲିକ, ଅଜୟ ପରିଡ଼ା, ଦିଲ୍ଲୀପ ମଲ୍ଲିକ, ଅଜୟ ମହାନ୍ତି, ବାପି ମଲ୍ଲିକ ପ୍ରମୁଖ ଶୋକ ପ୍ରକଟ କରିଛନ୍ତି ।
ସେହିପରି ସାରନଗରୀ ସ୍ଥିତ ଜନସେବା କେନ୍ଦ୍ର ତଥା ଶ୍ରୀଷ୍ଟି ଇନଫୋଟେକର ନିର୍ଦ୍ଦେଶକ ତପନ କୁମାର ଭୂୟାଁ, ମଂଜୁଶ୍ରୀ ମଲ୍ଲିକ, ଦକ୍ଷିଣ ରାଉରକେଲା ଯୁବ ମଂଚର ଆବାହକ ଅକ୍ଷୟ ପ୍ରହରାଜ, ଘନଶ୍ୟାମ ପ୍ରଧାନ, ଜଗନ୍ନାଥ ପାତ୍ର, ନରେଶ ସାହୁ, ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ ବେହେରା, ଚନ୍ଦ୍ରଶେଖର ମୁନ୍ନୀଙ୍କ ସମେତ ସାରନଗରୀ ଅଂଚଳର ବିଜେଡ଼ି ନେତା ଶ୍ରୀଚରଣ ସାମଲ, ଡାକ୍ତର ଫକୀର ଚରଣ ହୋତା, ସେକ୍ଟର-୨୨ ଏମ୍ପେ୍ଲାୟିଜ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ସଭାପତି ଶିବଶଙ୍କର ନାୟକ,ସାଧାରଣ ସମ୍ପାଦକ କ୍ଷୀରୋଦ ପଶାୟତ, ସଂଜୟ ପଣ୍ଡା,ନରେନ୍ଦ୍ର ମଲ୍ଲିକ, ଯୁଧିଷ୍ଠିର ପଶାୟତ, ସୁକନାଥ ବିଶୋଇ, ସୁକାନ୍ତ ମହାନ୍ତି, ପଦ୍ମଲୋଚନ ଡୋରା,ଅଜୟ ରାୟ, ହୋପ ଅଫ୍ ଲାଇଫର ପ୍ରତିଷ୍ଠାତା ଦିଲୀପ ବାରିକ, ଡ୍ରିମ ଟିମ୍ ମୁଖ୍ୟ ଅମୀୟ ଦାଶ, ପୂଜ୍ୟପୂଜା ପରିଷଦର ଶ୍ରୀନାଥ ଚନ୍ଦ୍ର ନାୟକ, ସନାତନ ସାହୁ, ଦକ୍ଷିଣ ରାଉରକେଲା ଉନ୍ନୟନ ପରିଷଦ,ରାଉରକେଲା କ୍ୟାନସର ଚେତନା କେନ୍ଦ୍ର ପକ୍ଷରୁ ଚିତ ରଂଜନ ନନ୍ଦ, କେ.ବି. ରାଉତ, ଅନ୍ୱେଷଣ ଅନୁଷ୍ଠାନର ସଚଳା ପଣ୍ଡା,ଅଲ ଓଡ଼ିଶା ମେଡ଼ିକାଲ ଆସୋସିଏସନ, ଓଡ଼ିଶା ଅଭିଭାବକ ସଂଘର ଆବାହକ ଅମୀୟ ମଲ୍ଲିକ, ବାଣିବ୍ରତ ଜେନା, ଯୋଗେନ୍ଦ୍ର ମହାନ୍ତି ,ଦକ୍ଷିଣ ରାଉରକେଲା ନାଗରିକ କମିଟି ପକ୍ଷରୁ ଡା. ଅକ୍ଷୟ ସାମଲ,ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ପରିଷଦର ଦେବେନ୍ଦ୍ର ସାହୁ, କଳିକା ଅନୁଷ୍ଠାନର ଧନେଶ୍ୱର ସାହୁ ସାରନଗରୀ ଜଗନ୍ନାଥ ମନ୍ଦିର କମିଟିର ବିଜୟ ମହାନ୍ତି, ସୁବାଷ ପାତ୍ର, ଦିଲ୍ଲୀପ ମଲ୍ଲିକ ଓ ଅନ୍ୟ ସଦସ୍ୟଗଣ, ଚିନ୍ମୟ ଟେକ୍ନିକାଲ ଏକାଡ଼େମୀର ନିର୍ଦ୍ଦେଶକ ତ୍ରିନାଥ ଦାସମୋହନୀ, ପ୍ରତିଭା ଦାସ ମୋହିନୀ, ଗଭୀର ଶୋକ ପ୍ରକଟ କରାଯିବା ସହ ସ୍ୱର୍ଗତଃ ଡା. ଆର.ବି. ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରାଯାଇଛି ।
କୋଭିଡ଼ ଯୋଦ୍ଧା ଡା. ଆର.ବି.ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ.
|
August 29, 2020 |
