କୋଭିଡ ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧି ରତିକାନ୍ତଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

Spread the love

ଯାଜପୁର, ତା ୪ା୧୦ (ସନ୍ଧାନ ନିଉଜ): ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସହଯୋଗ ଆମ ପରିବାର ମୁହଁରେ ହସ ପୁଂଟାଇ ପାରିଚ୍ଥି ବୋଲି କହିଚ୍ଥନ୍ତି ସ୍ୱର୍ଗତ କୋଭିଡ ଯୋଦ୍ଧା ରତିକାନ୍ତ ବଳଙ୍କ ବଡ ଭାଇ ରଶ୍ମିକାନ୍ତ ବଳ । ଯାଜପୁର ଜିଲ୍ଳ୍‌ା ବଡଚଣା ବ୍ଳ୍‌କ ନଳୀପୁର ଗ୍ରାମ ନିବାସୀ ରତିକାନ୍ତ ବଳ ବୈଦୁତିକ ଗଣମାଧ୍ୟମ ଏକାମ୍ର ଟିଭିର ଜଣେ କର୍ତ୍ତବ୍ୟରତ ସାମ୍ୱାଦିକ ଥିଲେ । ତେବେ କାର୍ଯ୍ୟରତ ଅବସ୍ଥାରେ ସେ କୋଭିଡ ଆକ୍ରାନ୍ତ ହେଲେ ଓ ଚିକିତ୍ସାବସ୍ଥାରେ ମୃତ୍ୟୁ ବରଣ କଲେ । ତେବେ ତାଙ୍କର ମୃତ୍ୟୁ ପରେ ରାଜ୍ୟ ସରକାର ପୂର୍ବ ଘୋଷଣା ମୁତାବକ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ତାଙ୍କ ପରିବାରକୁ ପ୍ରଦାନ କରିଚ୍ଥନ୍ତି । ରତିକାନ୍ତଙ୍କର ୧୩ ବର୍ଷର ପୁଅଟିଏ ଅଚ୍ଥି । ତାଙ୍କ ସ୍ତ୍ରୀ ମଧ୍ୟ ରତିକାନ୍ତଙ୍କ ମୃତ୍ୟୁ ପରେ ଅସୁସ୍ଥ ହୋଇପଡିଚ୍ଥନ୍ତି । ସରକାରଙ୍କର ସହାୟତା ଆମ ପରିବାର ପାଇଁ ବଡ ସମ୍ୱଳ । ତାଙ୍କ ପୁଅର ପାଠପଢା ଓ ତାଙ୍କ ସ୍ତ୍ରୀର ଚିକିତ୍ସା ଇତ୍ୟାଦି କ୍ଷେତ୍ର ପାଇଁ ଏହା ସାହାଯ୍ୟ କରିବ ବୋଲି କହିଚ୍ଥନ୍ତି ତାଙ୍କ ବଡ ଭାଇ ରଶ୍ମିକାନ୍ତ । ଏହି ସହାୟତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଓଡିଶା ସରକାରଙ୍କୁ ସେ ଗଭୀର କୃତଜ୍ଞତା ଓ ଅଶେଷ ଧନ୍ୟବାଦ ଅର୍ପଣ କରିଚ୍ଥନ୍ତି । ଏହି ଅର୍ଥ ରାଶି ଯାଜପୁର ଜିଲ୍ଳ୍‌ାପାଳଙ୍କ ମାର୍ପଂତରେ ରତିକାନ୍ତଙ୍କ ପତ୍ନୀ ଝିଲି ବଳଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଚ୍ଥି । ଜିଲ୍ଳ୍‌ାପାଳ ଚକ୍ରୱର୍ତ୍ତୀ ସିଂ ରାଠୋର, ଅତିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଶ୍ରୀମତୀ ବଳଙ୍କୁ ଏହି ଅର୍ଥ ପ୍ରଦାନ ସଂପର୍କରେ ସୂଚୀତ କରିଥିଲେ । ଜିଲ୍ଳ୍‌ାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ମଲ୍ଳ୍‌ିକ ଓ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୋମବାର ଏହି ସହାୟତା ପ୍ରଦାନର ପ୍ରାପ୍ତି ସ୍ୱୀକାର ଗ୍ରହଣ କରିଥିଲେ । ଅପର ପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ମଧ୍ୟ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଓ ସେମାନଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦିଆଯାଉଚ୍ଥି ବୋଲି ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଚ୍ଥି । ସେହିପରି ବର୍ତ୍ତମାନ ସୁଦ୍ଧା ଜିଲ୍ଳ୍‌ାର ୩ ଜଣ ଗଣମାଧ୍ୟମ ପ୍ରତିନିଧି କୋଭିଡ ଯୋଦ୍ଧା ସ୍ୱର୍ଗତ ଆଶୋକ କୁମାର ସାହୁ, ପ୍ରଭାତ କୁମାର ରାଊତରାୟ ଓ ରତିକାନ୍ତ ବଳଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଚ୍ଥି ।

Related Posts

About The Author

Add Comment