ଧର୍ମଶାଳା ୧୫/୯ (ସନ୍ଧାନ ନିୟୁଜ) : ଧର୍ମଶାଳା ବ୍ଲକ କୋତପୁର ଗ୍ରମପଞ୍ଚାୟତ ଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ତିନୋଟି ଗ୍ରାମ ପଞ୍ଚାୟତ ଲୋକ ନିର୍ଭର କରନ୍ତି । କଦମପାଳ,ଅରେଇକଣା, ପଟୁଣିଆ,ଏହି ତିନୋଟି ପଞ୍ଚାୟତର ରୋଗୀମାନେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି ଓ ପ୍ରତିଦିନ ୮୦ ରୁ ୧୦୦ ଜଣ ରୋଗୀ ସ୍ବାସ୍ଥ୍ୟ ସେବାପାଇଁ ଆସନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ସୁଇପର ନଥିବା ବେଳେ, ଦୁଇଟି ବେଡ, ଜଣେ ଫାର୍ମାସିଷ୍ଟ ଓ ଜଣେ ଏଏନଏମ ଅଛନ୍ତି। ଡାକ୍ତର ଅଧିକାଂଶ ସମୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ନ ରହିବାରୁ ରୋଗୀମାନଙ୍କ ସେବାରେ ଅନିୟମିତତା ଦେଖାଦେଇଛି।ସରକାରଙ୍କ ନିରାମୟ ଯୋଜନାର ସେବା ଏଠାରେ ମିଳେନାହିଁ। ଡାକ୍ତରଙ୍କ ସହ ଫୋନ ମାଧ୍ୟମରେ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ସେ କହିଲେ ମୁଁ ସ୍ବାସ୍ଥ୍ୟକେନ୍ଦ୍ରରେ ସବୁବେଳେ ଉପସ୍ଥିତ ରହେ। ଗଣମାଧ୍ୟମ ପ୍ରତିନିଧି କିମ୍ବା କୌଣସି ମିଡିଆ ମୋର କିଛି କରିପାରିବେ ନାହିଁ।
REPORT- NARAYAN RATHA