କୋଡିଙ୍ଗାମାଳି ସପକ୍ଷବାଦୀ ଧାରଣାରେ ବସିଲେ

Spread the love

କୋରାପୁଟ, ୨୮/୦୧/୨୧ (ସନ୍ଧାନ ନିଉଜ) : କୋଡିଙ୍ଗାମାଳି ଖଣିରେ ମୈତ୍ରୀ ଇନଫ୍ରାଷ୍ଟକଚର ଓ ମାଇନିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଦ୍ୱାରା ୩୪ ଜଣ ଶ୍ରମିକଙ୍କୁ ବଦଳି କରାଯାଇଥିଲା ।ଏହି ବଦଳି ପ୍ରତିବାଦରେ ଓ ପୁନଃ ନିଯୁକ୍ତି ଦେବା ନିମନ୍ତେ ଶ୍ରମିକମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ଗୁରୁବାର ସଂଧ୍ୟାରେ ସପକ୍ଷବାଦୀ ଶ୍ରମିକମାନେ ଧାରଣା ଦେଇଥିବା ଜଣାପଡିଛି ।ବଦଳି ହୋଇଥିବା ଶ୍ରମିକମାନଙ୍କୁ ନିଯୁକ୍ତି ନ ଦେବା ଦାବିରେ ସେମାନେ ଧାରଣାରେ ଦେଇଛନ୍ତି ବୋଲି ତୁଷାରକାନ୍ତ ତୁରୁକ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଶ୍ରମିକମାନଙ୍କୁ ନିଯୁକ୍ତି ନ ଦେବା ପାଇଁ ମୈତ୍ରୀ ସପକ୍ଷବାଦୀ ଶ୍ରମିକମାନେ କୋରାପୁଟ ସଦର ମହକୁମାରେ  ବୁଧୁବାର ଦିନ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସହାୟକ ଜିଲ୍ଲାପାଳ ସୁଜିତ କୁମାର ମିଶ୍ର୍ରୁ ଦାବିପତ୍ର ପ୍ରଦାନ କରିଥିଲେ ।ଯଦି ଶ୍ରମିକମାନଙ୍କୁ ନିଯୁକ୍ତି ଦିଆଯାଏ ତେବେ ଆମ୍ଭେମାନେ ଆନ୍ଦୋଳନ କରିବୁ ବୋଲି ତୁଷାରକାନ୍ତ ତୁରୁକ ଚେତାବନୀ ଦେଇଥିଲେ ।ଗୋଟିଏ ପକ୍ଷ ନିଯୁକ୍ତି ଦେବା ଦାବିରେ ଧାରଣାରେ ବସିଥିବା ବେଳେ ଆଉ ଗୋଟିଏ ପକ୍ଷ ନିଯୁକ୍ତି ନ ଦେବା ଦାବିରେ ଧାରଣରେ ବସିବା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଥିବା ଜଣାପଡିଛି ।

Related Posts

About The Author

Add Comment